ଓଡ଼ିଶାଲାଇଭ ବ୍ୟୁରୋ

ଆଇସିସି କ୍ରିକେଟ ଓ୍ୱାର୍ଲ୍ଡକପ୍ ୨୦୧୯ ସେମିଫାଇନାଲରେ ଭାରତର ପରାଜୟକୁ ଭୁଲି ପାରୁନାହାନ୍ତି କ୍ରିକେଟପ୍ରେମୀ। ସେହିପରି ଭାରତୀୟ ଖେଳାଳି ମଧ୍ୟ ଏହାକୁ ଭୁଲି ପାରୁନାହାନ୍ତି। ପରାଜୟକୁ ନେଇ ସବୁଠୁ ଅଧିକ ଦୁଃଖରେ ଅଛନ୍ତି ଭାରତୀୟ କ୍ରିକେଟ ଦଳର ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା।

ବିଶ୍ୱକପରୁ ବାହାରିବା ପରେ ରୋହିତ ଶର୍ମା ତାଙ୍କ ଦୁଃଖ ଫ୍ୟାନ୍ସମାନଙ୍କ ସହିତ ତାଙ୍କ ସେୟାର କରିଛନ୍ତି।

ରୋହିତ ଶର୍ମା ଟୁଇଟ କରି ଲେଖିଛନ୍ତି, ‘‘ଗୁରୁତ୍ୱପୂର୍ଣ୍ଣ ସମୟରେ ଆମ ଟିମ୍ ଭଲ ପ୍ରଦର୍ଶନ କରିପାରିଲାନି। ୩୦ ମିନଟର ଖରାପ ପ୍ରଦର୍ଶନ ଆମଠୁ ବିଶ୍ୱକପ ଜିତିବାର ସୁଯୋଗ ଛଡ଼େଇ ନେଲା। ଏଥିପାଇଁ ମୁଁ ଦୁଃଖୀତ। ଆପଣମାନେ ନିଶ୍ଚିତ ଦୁଃଖୀତ ଥିବେ।’’

ସେମିଫାଇନାଲ ମ୍ୟାଚରେ ଟିମ୍ ଇଣ୍ଡିଆର ଗୋଟିଏ ପରେ ଗୋଟିଏ ଓ୍ୱିକେଟ ଯିବାବେଳେ ରୋହିତ ଶର୍ମା ଭାବବିହ୍ୱଳ ହୋଇ ପଡ଼ିଥିଲେ। ସେ ତାଙ୍କ ଲୁହ ବି ରୋକି ପାରିନଥିଲେ।

ରୋହିତ ଏହି ବିଶ୍ୱକପରେ ଟିମ ପାଇଁ ବହୁତ ପରିଶ୍ରମ କରିଥିଲେ। ଏହି ବିଶ୍ୱକପରେ ସେ ୫ ଶତକ, ୨ ଅର୍ଦ୍ଧ ଶତକ, ୯ ଟି ମ୍ୟାଚରେ ୬୪୮ ରନ ସଂଗ୍ରହ କରିଥିଲେ।

Comment