ଓଡ଼ିଶାଲାଇଭ ବ୍ୟୁରୋ

ଚଳିତ ଆଇସିସି ବିଶ୍ଵକପରେ ଶନିବାର ସାଉଥମ୍ପଟନରେ ଭାରତ ଓ ଆଫଗାନିସ୍ତାନ ଭିତରେ ଆଉ କିଛି ସମୟ ପରେ ମ୍ୟାଚ ଆରମ୍ଭ ହେବ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଟିମ୍ ଇଣ୍ଡିଆ ନିଷ୍ପତ୍ତି ନେଇଛି।

ଏହି ମ୍ୟାଚରେ ଟିମ୍ ଇଣ୍ଡିଆରେ ଭୁବନେଶ୍ୱର କୁମାରଙ୍କ ସ୍ଥାନରେ ଖେଳିବେ ମହମ୍ମଦ ସାମ୍ମି। ଭୁବନେଶ୍ୱର କୁମାର ଆହତ ଥିବାରୁ ସେ ଏହି ମ୍ୟାଚରେ ଖେଳୁନାହନ୍ତି। ଏହି ମ୍ୟାଚରେ ବିଜୟୀ ହେବାକୁ ସବୁ ପ୍ରକାର ଚେଷ୍ଟା କରିବ ଭାରତ।

ପୂର୍ବରୁ ଭାରତୀୟ ଦଳ ୪ଟି ମ୍ୟାଚ ଖେଳି ୩ଟିରେ ବିଜୟ ହାସଲ କରିଥିବା ବେଳେ ଗୋଟିଏ ମ୍ୟାଚରେ ବର୍ଷା ଯୋଗୁଁ ପଏଣ୍ଟ ଭାଗ କରାଯାଇଥିଲା।

ଅନ୍ୟପକ୍ଷରେ ଆଫଗାନିସ୍ତାନ ଦଳ ୫ଟି ମ୍ୟାଚ ଖେଳି କୌଣସି ବି ମ୍ୟାଚରେ ବିଜୟୀ ହୋଇପାରି ନାହିଁ। ଏହି ମ୍ୟାଚଟି ଆଫଗାନିସ୍ତାନ ପାଇଁ ଜିତିବା କାଠିକରପାଠ ହୋଇପାରେ।

Comment