ଓଡ଼ିଶାଲାଇଭ୍‌ ବ୍ୟୁରୋ

ଐତିହାସିକ ବିଜୟ ପରେ ଗୁରୁବାର ନରେନ୍ଦ୍ର  ମୋଦି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳର ୫୮ଜଣ ମନ୍ତ୍ରି ମଧ୍ୟ ଶପଥ ନେଇଛନ୍ତି। ଚର୍ଚ୍ଚା ହେଉଛି ବିଜେପିର ବରିଷ୍ଠ ନେତ୍ରୀ ମେନକା ଗାନ୍ଧିଙ୍କୁ ସପ୍ତଦଶ ଲୋକସଭାର କାମଚଳ ବାଚସ୍ପତି କରାଯାଇପାରେ।

ମୋଦିଙ୍କ ପ୍ରଥମ ପାଳି ସରକାରରେ ମେନକା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଥିଲେ। ମାତ୍ର ଏଥର ତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିନାହିଁ। କାମଚଳ ବାଚସ୍ପତି ଲୋକସଭାର ନୂଆ ସଦସ୍ୟ ମାନଙ୍କୁ ଶପଥ ପାଠ କରାଇବା ସହିତ ସଂସଦର ପ୍ରଥମ ଅଧିବେଶନରେ ଅଧ୍ୟକ୍ଷତା କରିବେ।

ମେନକା ଗାନ୍ଧି ଏଥର ଉତ୍ତରପ୍ରଦେଶର ସୁଲତାନପୁରରୁ ବିଜୟ ହୋଇଛନ୍ତି। ତାଙ୍କ ପ୍ରତିପକ୍ଷଙ୍କୁ ଅନେକ ଭୋଟ ବ୍ୟବଧାନରେ ସେ ବିଜୟ ହୋଇଛନ୍ତି। ଏଥର ମେନକାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ନେଇ ଚର୍ଚ୍ଚା ହେଉଥିଲା।

Comment