ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ ମୋଦି କ୍ୟାବିନେଟରେ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ MSME, ପ୍ରାଣୀ ସମ୍ପଦ ଓ ମତ୍ସ୍ୟ ପାଳନ ମନ୍ତ୍ରାଳୟର ରାଷ୍ଟ୍ରମନ୍ତ୍ରୀ ଭାବେ ଦାୟିତ୍ଵ ମିଳିଛି।

ତାଙ୍କୁ ଦୁଇ ଦୁଇଟି ବିଭାଗର ଦାୟିତ୍ଵ ମିଳିବା ପରେ ସେ ପ୍ରତିକ୍ରିୟା ଦେଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏଥିଲାଗି କୃତଜ୍ଞତା ଜଣାଇଛନ୍ତି।

ସେ କହିଛନ୍ତି, “ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଯେଉଁମାନେ ମତେ ନିର୍ବାଚିତ କରିଛନ୍ତି ଓ ଯେଉଁମାନେ ମତେ ବିରୋଧ କରିଆସିଛନ୍ତି ସେମାନଙ୍କୁ ବି ମୁଁ ଧନ୍ୟବାଦ ଜଣାଉଛି।”

ପ୍ରତାପ ଷଡ଼ଙ୍ଗୀ ଯେଉଁ ବିଭାଗର ରାଷ୍ଟ୍ରମନ୍ତ୍ରୀ ଅଛନ୍ତି ସେ ବିଭାଗ କ୍ୟାବିନେଟ ମନ୍ତ୍ରୀ ଅଛନ୍ତି ନୀତିନ ଗଡ଼କରୀ ଓ ଗିରିରାଜ ସିଂହ। ସେ କହିଛନ୍ତି ସେମାନେ ଅଭିଜ୍ଞ ଓ ସେମାନଙ୍କଠୁ ପରାମର୍ଶ ନେଇ କାମ କରିବି।

ବାଲେଶ୍ଵରରେ ମତ୍ସ୍ୟସମ୍ପଦର ବିକାଶ ପାଇଁ ଅନେକ ସୁଯୋଗ ରହିଛି ଏହା ସହ ଓଡ଼ିଶା ଲାଗି ଯାହା ସମ୍ଭବ ମୁଁ କରିବି ବୋଲି ସେ କହିଛନ୍ତି। ତେବେ ଓଡ଼ିଶାରୁ ପ୍ରତାପଙ୍କୁ ଏହି ଦାୟିତ୍ଵ ମିଳିବା ପରେ ଓଡ଼ିଶା ସମେତ ବାଲେଶ୍ଵର ଲୋକ ବେଶ ଉତ୍ସାହିତ ଅଛନ୍ତି।

Comment