ଓଡ଼ିଶାଲାଇଭ ବ୍ୟୁରୋ

ଅଧିକାଂଶ ସମୟରେ ରୋଷେଇରେ ବ୍ୟବହୃତ ହେଉଥିବା ଗୋଲମରିଚର ବହୁ ଔଷଧୀୟ ଗୁଣ ରହିଛି। ତେଣୁ ନିୟମିତ ଭାବେ ଏହାକୁ ଖାଇଲେ ଆପଣ ଉପକାର ପାଇପାରିବେ। ତେବେ ଆସନ୍ତୁ ଜାଣିବା ଗୋଲମରିଚ ଦେହ ପାଇଁ କେତେ ଉପକାରୀ।
ଆୟୁର୍ବେଦ ଅନୁସାରେ ସକାଳୁ ଖାଲି ପେଟରେ ଉଷୁମ ପାଣି ଓ ଗୋଲମରିଚ ଖାଇବା ଦ୍ୱାରା ପେଟ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।
ଖାଲି ପେଟରେ ଗୋଲମରିଚ ଖାଇବା ଦ୍ୱାରା ଶରୀରର ଚର୍ବି କମ୍ ହୋଇଥାଏ। ଯାହାଫଳରେ କି ଓଜନହ୍ରାସ ହେବାରେ ସହାୟତା ମିଳିଥାଏ।
ଥଣ୍ଡା ହୋଇଥିଲେ ଗରମକ୍ଷୀର ସହିତ ଗୋଲମରିଚ ଖାଇଲେ ଉପଶମ ମିଳେ। ଏହାସହିତ ଅନେକ ଲୋକଙ୍କର ଅଭ୍ୟାସ ଥାଏ କି ଚାରେ ଗୋଲମରିଚ ପକାଇ ପିଇଲେ ମନ ହାଲକା ଲାଗିଥାଏ।

Comment