ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଷାକ୍ତ ଚା’ ପିଇ ୧୫ ଗୁରୁତର। ଚା’ ତିଆରି କଲା ବେଳେ ଅଜାଣତରେ ଚା’ ପତି ବଦଳରେ ପଡ଼ିଗଲା କୀଟନାଶକ। ଏହି ବିଷାକ୍ତ ଚା’ ପିଇ ୧୫ ଜଣ ଗୁରୁତର ଆହତ ହୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏଭଳି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ରଣସିଂହ ଗାଁରେ।

୧୫ ଜଣଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମେଡିକାଲକୁ ଭର୍ତ୍ତି କରାଯାଇଛି।

ରଣସିଂହ ଗାଁରେ ଏକ ବାହାଘର କାର୍ଯ୍ୟକ୍ରମରେ କିଛି ଲୋକଙ୍କ ପାଇଁ ଚା’ ତିଆରି ହୋଇଥିଲା। ହେଲେ ଚା’ ପ୍ରସ୍ତୁତ କରୁଥିବା ଲୋକ ଚା’ ପତି ବଦଳରେ କୀଟନାଶକ ପକାଇ ଦେଇଥିବା ସୂଚନା ମିଳିଛି। ଏହି ଚା’କୁ ପିଇବା ପରେ ୧୫ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଲେ। ଫଳରେ ତାଙ୍କୁ ଶ୍ରଦ୍ଧାପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ୧୧ ଜଣଙ୍କ ଅବସ୍ଥା ଜଟିଳ ହେବାରୁ ସେମାନଙ୍କୁ ବାଲେଶ୍ୱର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Comment