ଓଡ଼ିଶାଲାଇଭ ବ୍ୟୁରୋ

ଆସନ୍ତାକାଲି ବାତ୍ୟା ‘ଫନି’କୁ ମାସେ ପୂରୁଛି। ଏହି ମାସେ ଭିତରେ ସ୍ଥିତି କେତେ ସୁଧୁରିଛି ସେନେଇ ସମୀକ୍ଷା କରିଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି।

ବାତ୍ୟା ପ୍ରଭାବିତ ୧୪ଟି ଜିଲ୍ଲାରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଦିଆଯାଇଛି ଅନୁକମ୍ପାମୂଳକ ରାଶି। ୩୮ ଜଣ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଦିଆଯାଇଥିବା ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁଦାମ ମାର୍ଣ୍ଡି ସୂଚନା ଦେଇଛନ୍ତି।

ବାତ୍ୟା ଫନିରେ ପୁରୀ ଜିଲ୍ଲାରେ ସର୍ବାଧିକ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧା, କଟକ, ମୟୂରଭଞ୍ଜ ଜିଲ୍ଲାରେ ୪ ଜଣ ଲେଖାଏଁ ପ୍ରାଣ ହରାଇଥିଲେ। ସେହିପରି କେନ୍ଦ୍ରାପଡ଼ାରେ ୩, ଯାଜପୁର ଜିଲ୍ଲାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହି ୩୮ ମୃତକଙ୍କ ପରିବାରକୁ ମୋଟ ୧୫୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ରାଶି ଦିଆଯାଇଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ମେ’ ୩ ତାରିଖରେ ଉପକୂଳ ଓଡ଼ିଶାରେ ତାଣ୍ଡବ ରଚିଥିଲା ବାତ୍ୟା ଫନି। ପୁରୀ ସମେତ ଖୋର୍ଦ୍ଧା, କେନ୍ଦ୍ରାପଡ଼ା ଜିଲ୍ଲାରେ ଅଧିକ କ୍ଷୟକ୍ଷତି କରିଥିଲା। ଆସନ୍ତାକାଲି ବାତ୍ୟାକୁ ମାସେ ପୂରୁଛି।

Comment