ଓଡ଼ିଶାଲାଇଭ୍ ବ୍ୟୁରୋ

ଖାଲି ପେଟରେ ତୁଳସୀ ପତ୍ର ଖାଇଲେ ଥଣ୍ଡା ଜ୍ୱର, କାଶ ଭଳି ସମସ୍ୟା ଦୂର ହେବା ସହିତ ପାଚନ ଭଲ ହୋଇଥାଏ।

-ତୁଳସୀରେ ପ୍ରଚୁର ପରିମାଣର ରୋଗ ପ୍ରତିରୋଧକ ଶକ୍ତି ଥାଏ। ତେଣୁ ପ୍ରତିଦିନ ଖାଲି ପେଟରେ ୩ଟି ଲେଖାଏଁ ତୁଳସୀ ପତ୍ର ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ।

-ନିୟମିତ ଭାବେ ତୁଳସୀ ପତ୍ର ଖାଇଲେ ଏସିଡିଟି ଏବଂ ପେଟର ଜ୍ୱଳନରୁ ରକ୍ଷା ମିଳେ। ଏହା ଶରୀରର ପିଏଚ୍କୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ।

-ତୁଳସୀ ପତ୍ର ଖାଇବା ଦ୍ୱାରା ଶରୀରରେ ଥିବା ଷ୍ଟ୍ରେସ୍ ହରମୋନର ସ୍ତର ନିୟନ୍ତ୍ରଣରେ ରହେ। ଏହା ରକ୍ତସଞ୍ଚାଳନକୁ ତ୍ୱରାନ୍ୱିତ କରେ। ଏହା ମୁଣ୍ଡବିନ୍ଧାରୁ ବି ରକ୍ଷା କରେ। ତେଣୁ ମାନସିକ ଚାପ ଥିଲେ କିମ୍ବା ମୁଣ୍ଡ ବିନ୍ଧୁଥିଲେ ପ୍ରତିଦିନ ଖାଲିପେଟରେ ୨-୩ଟି ତୁଳସୀ ପତ୍ର ଖାଆନ୍ତୁ।

-ଏହା ମଧ୍ୟ ଶରୀରରେ କୋଲେଷ୍ଟେରୋଲର ସ୍ତରକୁ ନିୟନ୍ତ୍ରିତ କରିବାରେ ସହାୟକ ହୋଇଥାଏ।

Comment