ଓଡ଼ିଶାଲାଇଭ୍ ପଲିଟାକାଲ୍ ବ୍ୟୁରୋ

ଭର୍ତ୍ତୃହରି ହୋଇପାରନ୍ତି ଲୋକସଭାର ଉପ ବାଚସ୍ପତି : ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ନିର୍ବାଚନ ସରିଛି। ଐତିହାସିକ ବିଜୟ ପରେ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ମୋଦିଙ୍କ ସହିତ ତାଙ୍କ ମନ୍ତ୍ରିମଣ୍ଡଳର ଅନ୍ୟ ମନ୍ତ୍ରୀ ମାନେ ବି ଶପଥ ନେଇଛନ୍ତି। ଏହାପରେ ଏବେ ଲୋକସଭାରେ କିଏ ହେବେ ବାଚସ୍ପତି ଓ କିଏ ହେବେ ଉପବାଚସ୍ପତି ତାହାକୁ ନେଇ ଚର୍ଚ୍ଚା ଜୋର।

ବାଚସ୍ପତି ରେସରେ ସୁନ୍ଦରଗଡ ସାଂସଦ ଜୁଏଲ ଓରାମଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଥିବା ବେଳେ, ଉପ ବାଚସ୍ପତି ଲାଗି ଭର୍ତ୍ତୃହରି ମହତାବଙ୍କ ନାଁକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି।

ଭର୍ତ୍ତୃହରି ମହାତାବ ଏବେ କଟକରୁ ସାଂସଦ ଅଛନ୍ତି। ସେ ମୋଟ ୬ଥର ହେବ ସାଂସଦ ହୋଇଛନ୍ତି। ଅନ୍ୟପଟେ ଏ ନେଇ ବିଜେଡି ପକ୍ଷରୁ ସେମିତି କିଛି ସ୍ପଷ୍ଟଭାବେ କୁହାଯାଇନାହିଁ। କେବଳ ଏତିକି କୁହାଯାଇଛି ଯେ ଏ ନେଇ ବିଜେଡି ସଭାପତି ନିଷ୍ପତ୍ତି ନେବେ। ଭର୍ତ୍ତୃହରିଙ୍କ ପାଖରୁ ବି କିଛି ପ୍ରତିକ୍ରିୟା ମିଳିପାରିନାହିଁ।

ସେହିପରି ଲୋକସଭା ବାଚସ୍ପତି ପଦବୀ ନାଁ ଲାଗି ଜୁଏଲ ଓରାମ, ବିରେନ୍ଦ୍ର କୁମାର,ରାଧାମୋହନ, ଏସଏସ ଅହଲୁୱାଲିଆଙ୍କ ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଏ ସମସ୍ତେ ମୋଦିଙ୍କ ପ୍ରଥମ ଇନିଂସରେ ମନ୍ତ୍ରୀ ରହିସାରିଛନ୍ତି।

Comment