ଓଡ଼ିଶାଲାଇଭ ବ୍ୟୁରୋ

ବିଧାନସଭା ଅଧିବେଶନର ତୃତୀୟ ଦିନରେ ଉପବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଛି। ସର୍ବସମ୍ମତି କ୍ରମେ ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ରଜନୀକାନ୍ତ ସିଂହ। ଆଉ କେହି ପ୍ରାର୍ଥୀ ନଥିବାରୁ ତାଙ୍କ ନାଁ ଘୋଷଣା କରିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର।

ଆଜି ଗୃହରେ ମୁଖ୍ୟମନ୍ତ୍ରୀ ଉପବାଚସ୍ପତି ପଦ ଲାଗି ରଜନୀକାନ୍ତଙ୍କ ନାଁ ପ୍ରସ୍ତାବ ଆଣିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ତା’ପରେ ବାଚସ୍ପତି ତାଙ୍କ ନାଁ ଘୋଷଣା କରିଥିଲେ।

ଏହି ପଦ ପାଇଁ ବିଜେଡ଼ି ପୂର୍ବରୁ ତାଙ୍କ ନାଁ ଘୋଷଣା କରିଥିଲା। ସଂଖ୍ୟ ଗରିଷ୍ଠ ଦୃଷ୍ଟିରୁ ସେ ଚଳିତ ଥର ବିଧାନସଭାର ଉପବାଚସ୍ପତି ହେବା ଏକ ପ୍ରକାର ସ୍ପଷ୍ଟ ଥିଲା।

ଉପବାସ୍ପତି ଭାବେ ନିର୍ବାଚିତ ହୋଇଥିବା ରଜନୀକାନ୍ତ ସିଂହ ହେଲେ ଅନୁଗୁଳ ବିଧାୟକ।

Comment