ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ବଜ୍ରପାତ ଯୋଗୁଁ ୫ ବର୍ଷ ମଧ୍ୟରେ ୧,୪୭୨ ଜଣଙ୍କର ଜୀବନ ଯାଇଛି ଓ ୧୪୫ ଜଣ ଆହତ ହୋଇଛନ୍ତି। ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତର ଦେଇ ଏହା କହିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି।

ମନ୍ତ୍ରୀ କହିଛନ୍ତି ରାଜ୍ୟ ସରକାର ୨୦୧୬ ମସିହା ଜୁନ ୧ ତାରିଖରୁ ବଜ୍ରପାତକୁ ଏକ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି। ଏହାସହ ମୃତକଙ୍କ ପରିବାରକୁ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୪ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଉଛି।

ବଜ୍ରପାତ ଯୋଗୁଁ ଯଦି କେହି କୌଣସି ଅଙ୍ଗ ହରାଉଛନ୍ତି ସେମାନଙ୍କୁ ମଧ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ସହାୟତା ରାଶି ପ୍ରଦାନ କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି।

Tags: #Odisha #Politics #OdishaAssembly #LightningStromKill  

Comment