ଓଡ଼ିଶାଲାଇଭ୍ ବ୍ୟୁରୋ

(ବିଶାଖାପାଟଣାରୁ ଯଶୋବନ୍ତ ପାଢ଼ୀ): ତେଲୁଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ଦାଖଲ କରିଛନ୍ତି ପ୍ରାର୍ଥିପତ୍ର। ଚନ୍ଦ୍ରବାବୁ ନାଇଡୁ ଚିତ୍ତୋର ଜିଲ୍ଲାର କୁପାମ ନିର୍ବାଚନମଣ୍ଡଳୀରୁ ଆସନ୍ତା ବିଧାନସଭା ନିର୍ବାଚନ ଲଢ଼ିବା ଲାଗି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।  

ଶୁକ୍ରବାର ଦିନ ଦଳୀୟ କର୍ମୀ ଏବଂ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ କୁପାମ ମ୍ୟୁନିସିପାଲ୍ଟି କାର୍ଯ୍ୟାଳୟରେ ପହଞ୍ଚିଥିଲେ ଏନ ଭୁବନେଶ୍ୱରୀ। ଚନ୍ଦ୍ରବାବୁ ନାଇଡୁଙ୍କ ଅନୁପସ୍ଥିତିରେ ସ୍ଵାମୀଙ୍କ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଥିଲେ ଏନ ଭୁବନେଶ୍ୱରୀ। ଏହା ସହ ନିର୍ବାଚନ ଆୟୋଗଙ୍କ ନିକଟରେ ସତ୍ୟପାଠ ଦାଖଲ କରାଯାଇଥିଲା।

ଚନ୍ଦ୍ରବାବୁ ନାଇଡୁ ଏବଂ ତାଙ୍କ ପତ୍ନୀ ଏନ ଭୁବନେଶ୍ୱରୀଙ୍କର ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୩୧ କୋଟି ୮୩ ଲକ୍ଷ ଟଙ୍କା ରହିଥିବା ସତ୍ୟପାଠରୁ ଜଣାପଡ଼ିଛି।

Tags: #Politics #AndhraPradeshPolitics #AssemblyElection2024 #NChandraBabuNaidu #KuppamAssemblyElection #NBhubaneswari #Nomination

Comment