ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ବିଧାନସଭାରେ ମଙ୍ଗଳବାର ଦିନ ୬ଟି ବିଲ୍ ପାରିତ ହୋଇଛି। ଏଗୁଡ଼ିକ ହେଲା ଓଡ଼ିଶା ଆପାର୍ଟମେଣ୍ଟ (ମାଲିକାନା ଓ ପରିଚାଳନା) ବିଲ୍ ୨୦୨୩, ପଦ ଓ ସେବା ସଂରକ୍ଷଣ ବିଲ୍‌, ଓଡ଼ିଶା ଚକବନ୍ଦୀ ବିଲ୍‌, ଓଡ଼ିଶା ଓବିସି କମିସନ ସଂଶୋଧନ ବିଲ୍‌, ଦ୍ରବ୍ୟ ଓ ସେବା କର ବିଲ୍‌ ଏବଂ ପୌର ବିଧି ସଂଶୋଧନ ବିଲ୍।

ଓଡ଼ିଶାରେ ଆପାର୍ଟମେଣ୍ଟ କିଣାବିକା ଓ ମାଲିକାନା ବ୍ୟବସ୍ଥାକୁ ଆଇନଗତ ବାଟ ଦେଖାଇବାକୁ ରାଜ୍ୟ ସରକାର ପ୍ରଚଳନ କରିଥିଲେ ‘ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆକ୍ଟ ୧୯୮୨’। ଏହା ୧ ମେ’ ୧୯୮୪ ମସିହାରୁ ଲାଗୁ ହୋଇଥିଲା। ଏହି ମୂଳ ଆଇନକୁ ଆଧାର କରି ପରବର୍ତ୍ତୀ ସମୟରେ ‘ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ରୁଲ୍‌ସ ୧୯୯୨’, ‘ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ (ଆମେଣ୍ଡମେଣ୍ଟ) ଆକ୍ଟ ୨୦୧୫’ ଏବଂ ‘ରିୟଲ ଇଷ୍ଟେଟ(ରେଗୁଲେସନ ଆଣ୍ଡ ଡେଭଲପମେଣ୍ଟ) ଆକ୍ଟ ୨୦୧୬’ ଅଣାଯାଇଥିଲା।

Tags: #OdishaAssembly #OdishaApartmentOwnershipAndManagementBillPassed #Odisha

Comment