ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ବର ୨୧ ତାରିଖରେ ଓଡ଼ିଶା ବିଧାନସଭା ଉପବାଚସ୍ପତି ନିର୍ବାଚନ। ସକାଳ ୯ଟା ୩୦ ମିନିଟରେ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ବିଧାନସଭାର ସମସ୍ତ ସଦସ୍ୟଙ୍କୁ ଚିଠିଲେଖି ଜଣାଇଛନ୍ତି ବିଧାନସଭା ସଚିବ ଦାସରଥୀ ଶତପଥୀ। ଉପବାଚସ୍ପତି ପଦବୀରୁ ରଜନୀକାନ୍ତ ସିଂଙ୍କ ଇସ୍ତଫା ପରେ ଏହି ପଦବୀ ଖାଲି ପଡ଼ିଛି। 

ନଭେମ୍ବର ୮ ତାରିଖରେ ରଜନୀକାନ୍ତ ସିଂ ଉପବାଚସ୍ପତି ପଦବୀରୁ ଇସ୍ତଫା ଦେଇଥିଲେ। ଖାଲି ପଡ଼ିଥିବା ଏହି ପଦବୀ ପୂରଣ ପାଇଁ ନିର୍ବାଚନ ହେବ। ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଉପବାଚସ୍ପତି ନିର୍ବାଚନ ଶେଷ ହେବ।

Tags: #OdishaAssembly #DeputySpeakerElection #Election #Odisha

Comment