ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଷୋଡ଼ଶ ବିଧାନସଭାରେ ବିଜେଡିର ଉପବାଚସ୍ପତି ପ୍ରାର୍ଥୀ ହୋଇଛନ୍ତି ରଜନୀକାନ୍ତ ସିଂହ। ରଜନୀକାନ୍ତ ଅନୁଗୁଳ ବିଧାନସଭା ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେ ପୂର୍ବରୁ ନବୀନଙ୍କ ଚତୁର୍ଥ ପାଳି ଆରମ୍ଭରୁ ଖଣି ମନ୍ତ୍ରୀ ରହିଥିଲେ। ଚଳିତ ବିଧାନସଭାରେ ତାଙ୍କୁ ଉପବାଚସ୍ପତି ପ୍ରାର୍ଥୀ କରିଛି ବିଜେଡି।

ସେହିପରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଦଳର ଉପମୁଖ୍ୟ ସଚେତକ କରାଯାଇଛି।

ରଜନୀକାନ୍ତ ୨୦୦୪ରୁ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇ ଆସୁଛନ୍ତି। ସେହିପରି ପ୍ରଣବ ୨୦୧୪ରେ ପ୍ରଥମ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୧୯ରେ ସେ ଦ୍ୱିତୀୟ ଥର ପାଇଁ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଚଳିତ ବିଧାନସଭାରେ ବାଚସ୍ପତି ଭାବେ ଦିଗପହଣ୍ଡି ବିଧାୟକ ସୂର୍ଯ୍ୟନାରାୟଣ ପାତ୍ର ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି।

Comment