ଓଡ଼ିଶାଲାଇଭ୍ ବ୍ୟୁରୋ

ଫିଟ୍ ରହିବାକୁ କିଏ ବା ନ ଚାହେଁ। ଲୋକମାନେ ସେଥିପାଇଁ ଡାଏଟିଂ ମଧ୍ୟ କରିଥାନ୍ତି। କିନ୍ତୁ ଡାଏଟିଂ ସମୟରେ ଖାଉଥିବା ଖାଦ୍ୟ ଅନେକ ସମୟରେ ଶରୀର ପାଇ ଅହିତକର ହୋଇଥାଏ।

-ଫିଟନେସ ପ୍ରତି ଆଗ୍ରହ ରଖୁଥିବା ଲୋକମାନେ ପ୍ରୋଟିନ୍ ସେକ୍ ପିଇଥାନ୍ତି। ପ୍ରକୃତରେ କିନ୍ତୁ ଏହାକୁ ଅଧିକ ପରିମାଣରେ ଖାଇବା କଥା ନୁହେଁ। କାରଣ ଏଥିରେ କ୍ୟାଲୋରୀ ଓ ସୁଗାରର ପରିମାଣ ଅଧିକ ଥାଏ। ଯାହାକି ଶରୀରକୁ କ୍ଷତି ପହଞ୍ଚାଏ।

-ଦହି ଖାଇବା ପେଟ ପାଇଁ ଖୁବ୍ ଉପକାରୀ। ତେବେ ବଜାରରେ ମିଳୁଥିବା ଲୋ ଫ୍ୟାଟ୍ ଦହି ବଦଳରେ ଘରେ କ୍ଷୀରରୁ ସର କାଢ଼ି ଦହି ବସାଇ ପିଅନ୍ତୁ।

-ଅନେକ ଲୋକ ଫିଟ୍ ରହିବା ଉଦ୍ଦେଶ୍ୟରେ ତୁରନ୍ତ ଶକ୍ତି ପାଇବା ପାଇଁ ଇନଷ୍ଟାଣ୍ଟ ପ୍ରୋଟିନ୍ ବାର ଖାଇଥାନ୍ତି। ପ୍ରକୃତରେ କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ। ଏଥିରେ କ୍ୟାଲୋରୀର ପରିମାଣ ଅଧିକ ଥିବା ସହିତ କିଛି କୃତ୍ରିମ ତତ୍ତ୍ୱ ମଧ୍ୟ ରହିଥାଏ।

-ଆଜିକାଲି ବହୁ ଲୋକ ଡାଏଟିଂ କରିବା ଉଦ୍ଦେଶ୍ୟରେ ଚିନି ଖାଉ ନାହାନ୍ତି। କିନ୍ତୁ ଆର୍ଟିଫିସିଆଲ ସ୍ୱିଟନର ଖାଉଛନ୍ତି। ପ୍ରକୃତରେ କିନ୍ତୁ ଏହି ଅଭ୍ୟାସ ଦ୍ୱାରା କିଛି ଫରକ ପଡ଼େନାହିଁ। ଓଲଟା କଥା ହେଲା ଆର୍ଟିଫିସିଆଲ ସ୍ୱିଟନର ଖାଇଲେ ଓଜନ ବଢ଼ିଥାଏ।

Comment