ଓଡ଼ିଶାଲାଇଭ୍ ବ୍ୟୁରୋ

ନଭେମ୍ଵର ୨୦ରୁ ହିରୋ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍)ର ସପ୍ତମ ସିଜନ୍ ଆୟୋଜନ ହେବାକୁ ଯାଉଛି। ଗୋଆରେ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତାରେ ସମ୍ପୂର୍ଣ୍ଣ ଭଲ ପ୍ରଦର୍ଶନ କରିବାକୁ ଓଡ଼ିଶା ଏଫ୍‌ସି ଆଶାବାଦୀ ରହିଛି। କରୋନା ପରବର୍ତ୍ତୀ ଏହି ଫୁଟବଲ୍ ପ୍ରତିଯୋଗିତା, ଓଡ଼ିଶା ଏଫ୍‌ସି ସହିତ ପ୍ରତି ଦଳର ଖେଳାଳିଙ୍କ ଫିଟ୍‌ନେସ୍ ବଜାୟ ରଖିବା ନେଇ ଏକ ଆହ୍ଵାନ ଆଣିଛି।

ତେଣୁ ଆଇଏସ୍‌ଏଲ୍‌ର ଏହି ଲମ୍ବା ଋତୁ ପାଇଁ ଖେଳାଳିଙ୍କ ଫିଟ୍‌ନେସ୍‌କୁ ନିଶ୍ଚିତ କରିବା ଉପରେ ଜୋରଦାର କାମ ଆରମ୍ଭ କରିଛନ୍ତି ଓଡ଼ିଶା ଏଫ୍‌ସିର ଫିଜିଓଥେରାପିଷ୍ଟ ଡକ୍ଟର ଫିରୋଜ ସେଖ୍ ଏବଂ ସହକାରୀ ଡକ୍ଟର ନଭେଦ୍ ହମୀଦ୍। ଜୈବ ବଳୟ ମଧ୍ୟରେ ଖେଳାଳିଙ୍କ ଚିକିତ୍ସା ଏବଂ ଥଇଥାନ ଉପରେ ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଲମ୍ଵା ଋତୁ କାରଣରୁ ଖେଳାଳିକୁ ଅତିରିକ୍ତ ସତର୍କତା ଭିତରେ ସୁରକ୍ଷା ଓ ବିଶୋଧନ ବ୍ୟବସ୍ଥାକୁ ଅନୁସରଣ କରିବାକୁ ହେବ। ଭଲ ପ୍ରଦର୍ଶନ ପାଇଁ କ୍ଲବ୍‌ର ସମସ୍ତ ସଦସ୍ୟଙ୍କୁ ଅଧିକ ତ୍ୟାଗ କରିବାକୁ ହେବ ବୋଲି ଡାକ୍ଟରୀ ଦଳ କହିଛନ୍ତି।

“ଅନେକ ଚ୍ୟାଲେଞ୍ଜ ହେବ ଯାହାକୁ ଆମେ ଏକ ଡାକ୍ତରୀ ଦଳ ଭାବରେ ସାମ୍ନା କରିବୁ। ଆମକୁ ଏହି ଋତୁରେ ଜୈବ ବଳୟରେ ରହିବାକୁ ପଡିବ ଏବଂ ଆଇଏସ୍‌ଏଲ୍ ପରିଚାଳନା ଦ୍ୱାରା ସେଟ୍ ହୋଇଥିବା ଏସ୍‌ଓପିକୁ ଅନୁସରଣ କରିବାକୁ ପଡିବ। ଖେଳାଳିଙ୍କ ଫିଟନେସ୍ ପାଇଁ ଲକ୍‌ଡାଉନ୍ ଅବଧି କଠିନ ଥିଲା କାରଣ ସେମାନଙ୍କର ଫିଟନେସ୍ ଉପକରଣ, ଜିମ୍, ଗ୍ରାଉଣ୍ଡ ଇତ୍ୟାଦିରେ ସୀମିତ ପ୍ରବେଶ ଥିଲା” କହିଛନ୍ତି ଡକ୍ଟର ଫିରୋଜ ଶେଖ୍।

Comment