ଓଡ଼ିଶାଲାଇଭ ବ୍ୟୁରୋ

ପଢ଼ନ୍ତୁ ଦିନ ତମାମର ପ୍ରମୁଖ ଖବର।

FIH ହକି ସିରିଜ୍‌ – ସେମିଫାଇନାଲରେ ଭାରତ

ଏଫଆଇଏଚ୍‌ ହକି ସିରିଜ୍‌ ଫାଇନାଲ୍ସରେ ଭାରତର ହାଟ୍ରିକ୍‌ ବିଜୟ। ସୋମବାର କଳିଙ୍ଗ ଷ୍ଟାଡିୟମ୍‌ରେ ଉଜବେକିସ୍ତାନକୁ ଭେଟିଥିଲା ଭାରତ। ଏହି ମ୍ୟାଚ୍‌ରେ ଉଜବେକିସ୍ତାନକୁ ୧୦-୦ରେ ହରାଇଛି ଭାରତ। କ୍ରାମଗତ ତୃତୀୟ ବିଜୟ ସହିତ ସେମିଫାଇନାଲରେ ପ୍ରବେଶ କରିଛି ଟିମ୍‌ ଇଣ୍ଡିଆ।

ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ୍ ଅଲ୍ଲୀ ଜର୍ଦ୍ଦାରୀ ଗିରଫ

ଗିରଫ ହେଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ୍‌ ଅଲ୍ଲୀ ଜର୍ଦ୍ଦାରୀ। ନକଲି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ବିଦେଶକୁ ଟଙ୍କା ପଠାଇବା ଅଭିଯୋଗରେ ଜର୍ଦ୍ଦାରୀ ଜର୍ଦ୍ଦାରୀଙ୍କୁ ପାକିସ୍ତାନର ଦୁର୍ନିତି ନିରୋଧ ସଂସ୍ଥା ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ (ଏନ୍‌ଏବି) ଗିରଫ୍‌ କରିଛି।

କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା – ୩ ଅଭିଯୁକ୍ତଙ୍କୁ ଅଜୀବନ ଜେଲ୍

ଗତ ବର୍ଷ ସାରା ଦେଶକୁ ସ୍ତବ୍ଧ କରି ଦେଇଥିବା ଜମ୍ମୁ-କଶ୍ମୀରର କଠୁଆ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ରାୟ ଆଜି ଶୁଣାଣି ହୋଇଛି। ଏହି ଲୋମଟାଙ୍କୁରା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ୬ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ୩ ଜଣଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଦିଆଯାଇଛି।

୧୧ଟି ସହରରେ ୪୦ ଉପରେ ପାରଦ, ହୀରାକୁଦ ସବୁଠୁ ଉତ୍ତପ୍ତ

ଓଡ଼ିଶା ଉପକୂଳ ଆଡ଼କୁ ମୌସୁମୀ ଅଗ୍ରସର ହେଉଛି ହେଲେ ରାଜ୍ୟରେ ତାତିର ପ୍ରଭାବ କମିବାର ନାଁ ଧରୁନି। ସୋମବାର ରାଜ୍ୟର ୧୧ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ସବୁଠୁ ଉତ୍ତପ୍ତ ସହର ଭାବେ ହୀରାକୁଦରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇଛି।

ରଥଯାତ୍ରା ଟେଲିକାଷ୍ଟ ରାଇଟ୍ସକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ଟେଲିକାଷ୍ଟ ରାଇଟ୍ସକୁ ନେଇ ବିବାଦ ବଢୁଛି। ଆଜି ୭ଟି ମିଡିଆ କମ୍ପାନି ନିଲାମ ପ୍ରକ୍ରିୟାରେ ସାମିଲ ହୋଇ ଟେଣ୍ଡର ପକାଇଛନ୍ତି। ହେଲେ ଏହାକୁ ବିରୋଧ କରି ଏବଂ ନିଲାମ ସମ୍ପର୍କିତ ବିଜ୍ଞପ୍ତିକୁ ରବ୍ଦ କରିବା ପାଇଁ ଓଡ଼ିଶା ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।

Shree Jagannath

ରଥଯାତ୍ରା ଟେଲିକାଷ୍ଟ ରାଇଟ୍ସ ପ୍ରସ୍ତାବରୁ ଓହରି ଯିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ବରିଷ୍ଠ ସାମ୍ବାଦିକଙ୍କ ପରାମର୍ଶ

ଶ୍ରୀକ୍ଷେତ୍ରରେ ଚତୁର୍ଦ୍ଧା ମୁର୍ତ୍ତିଙ୍କ ବାର୍ଷିକ ରଥଯାତ୍ରା ଏକ ପ୍ରାଚୀନ, ଧାର୍ମିକ ତଥା ସାର୍ବଜନୀନ ପର୍ବ ହୋଇଥିବାରୁ ଟେଲିକାଷ୍ଟ ରାଇଟ୍ସ ନାଁରେ କୌଣସି ମିଡିଆ ଉପରେ କଟକଣା ଜାରି ନ କରିବାକୁ ଶ୍ରୀମନ୍ଦିର ପ୍ରଶାସନକୁ ଅନୁରୋଧ କରି ଚିଠି ଲେଖିଲେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭର ସମ୍ପାଦକ ନୀଳାମ୍ବର ରଥ।

ରଥଯାତ୍ରା ଟେଲିକାଷ୍ଟ ରାଇଟ୍ସ : ନିଲାମରେ ଭାଗ ନେଲେ ୭ ଟିଭି ମିଡିଆ, ଓଟିଭି ଡାକିଲା ୫୪ ଲକ୍ଷ

ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାର ସିଧାପ୍ରସାରଣ ପାଇଁ ଟେଲିକାଷ୍ଟ ରାଇଟ୍ସକୁ ନେଇ ବିତର୍କ ଚାଲିଥିବା ବେଳେ ଆଜି ରାଜ୍ୟ ତଥା ବାହାରର ୭ଟି ଟିଭି ମିଡିଆ ଟେଣ୍ଡର ପକାଇଛନ୍ତି। ସେମାନଙ୍କ ମଧ୍ୟରେ ସର୍ବାଧିକ ୫୪ ଲକ୍ଷ ଟଙ୍କା କୋଟ୍ କରି ଓଟିଭି ସବୁଠାରୁ ଉପରେ ରହିଛି।

ନିର୍ବାଚନ ହାରିବା ପରେ ମିଶନ-୧୨୦+ କଥା କାହିଁକି ଉଠାଇଲେ ଧର୍ମେନ୍ଦ୍ର?

‘‘ଆମର ଲକ୍ଷ୍ୟ ମିଶନ-୧୨୦। ବିଜେପିର ମିଶନ-୧୨୦ ଯେ ପର୍ଯ୍ୟନ୍ତ ପୂରା ହୋଇନି ସେ ଯାଏଁ ଆମେମାନେ ଦାୟିତ୍ୱରୁ ମୁକ୍ତ ହୋଇ ପାରିବା ନାହିଁ।’’ ଏହା ହେଉଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ। ଗତ ୮ ତାରିଖରେ ବିଜେପି ଭୁବନେଶ୍ୱରସ୍ଥିତ ପ୍ରଦର୍ଶନୀ ପଡ଼ିଆରେ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରିଥିଲା। ଏହି ସମ୍ବର୍ଦ୍ଧନା ଉତ୍ସବରେ ହିଁ ଧର୍ମେନ୍ଦ୍ର ମିଶନ-୧୨୦ କଥା କହିଥିଲେ।

୧୯ବର୍ଷର ଯାତ୍ରା ପରେ କ୍ରିକେଟକୁ ଅଲବିଦା କହିଲେ ଯୁବରାଜ ସିଂ

ଭାରତୀୟ କ୍ରିକେଟ ଟିମର ଦିଗଜ୍ଜ ଖେଳାଳୀ ଯୁବରାଜ ସିଂ ଇଣ୍ଟରନ୍ୟାସନାଲ କ୍ରିକେଟକୁ ଅଲବିଦା କହି ଦେଇଛନ୍ତି, ଅର୍ଥାତ ୟୁଭି କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସୋମବାର ସେ ସାଉଥ ମୁମ୍ବାଇର ଏକ ହୋଟେଲରେ ଏହା ଘୋଷଣା କରିଛନ୍ତି।

କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା – ୩ ଦୋଷୀଙ୍କୁ ଆଜୀବନ ସଜା

ଜମ୍ମୁ କଶ୍ମୀରର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ପଠାନକୋଟ କୋର୍ଟ ଦୋଷୀଙ୍କୁ ସଜା ଶୁଣାଇଛନ୍ତି। ୬ଜଣଙ୍କ ମଧ୍ୟରୁ ତିନଜଣଙ୍କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇବା ସହିତ ପ୍ରତ୍ୟେକଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କହିଛନ୍ତି। ସେହିପରି ପ୍ରମାଣ ନଷ୍ଟ ଅଭିଯୋଗରେ ବାକି ୩ଜଣଙ୍କୁ ୫ବର୍ଷ ଜେଲଦଣ୍ଡ ସହିତ ୫୦ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜୁନ୍ ୨୫ରୁ ବିଧାନସଭା ବଜେଟ୍ ଅଧିବେଶନ

ଜୁନ୍ ୨୫ ତାରିଖରୁ ବିଧାନସଭାରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଅଗଷ୍ଟ ୮ ପର୍ଯ୍ୟନ୍ତ ଚାଲିବ ଅଧିବେଶନ। ଅଧିବେଶନରେ ମୋଟ୍ ୩୦ଟି କାର୍ଯ୍ୟ ଦିବସ ରହିଛି। ଜୁନ୍ ୨୫ରୁ ଜୁଲାଇ ୨ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଅଧିବେଶନ। ଜୁଲାଇ ୧୨ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ ହେବ।

କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ମାମଲା – ୬ ଜଣ ଦୋଷୀ ସାବ୍ୟସ୍ତ

ଜମ୍ମୁ କଶ୍ମୀରର କଠୁଆ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ କୋର୍ଟ ଆଜି ୬ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଗତବର୍ଷ କଠୁଆରେ ଜଣେ ୮ ବର୍ଷର ଶିଶୁ କନ୍ୟାକୁ ଗଣ ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିଲା। କୋର୍ଟ ଏହି ମାମଲାର ଆଜି ଶୁଣାଣି କରି ୬ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଉଛନ୍ତି ସାଞ୍ଝି ରାମ,ଦୀପକ ଖୁଦରିଆ,ଆନନ୍ଦ ଦତ୍ତା, ତିଲକ ରାଜ, ସୁରେନ୍ଦ୍ର ଓ ପ୍ରବେଶ। ସେପଟେ ଏହି ମାମଲାରେ ବିଶାଳ ଜୋଗତ୍ରାଙ୍କୁ କୋର୍ଟ ଦୋଷ ମୁକ୍ତ କରିଛନ୍ତି।

ବର୍ଷୀୟାନ ଅଭିନେତା ଗିରିଶ କର୍ଣ୍ଣଡଙ୍କ ପରଲୋକ

ପ୍ରଖ୍ୟାତ ଲେଖକ ତଥା ବର୍ଷୀୟାନ ଅଭିନେତା ଗିରିଶ କର୍ଣ୍ଣଡଙ୍କ ପରଲୋକ ଘଟିଛି। ୮୧ ବର୍ଷ ବୟସରେ ବେଙ୍ଗାଳୁରୁ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦୀର୍ଘଦିନରୁ ଅସୁସ୍ଥ ଥିବା ଗିରିଶ ଗତ କିଛି ମାସ ହେବ ମେଡିକାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ସମ୍ପୂର୍ଣ୍ଣ ଫିଲ୍ମ ଜଗତରେ ଏକ ଅପୂରଣୀୟ କ୍ଷତି ସୃଷ୍ଟି ହୋଇଛି।

ମାଲବାହୀ ଟ୍ରେନରେ ଅଗ୍ନିକାଣ୍ଡ

ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ ଆଜି ଏକ କୋଇଲା ବୋଝେଇ ଟ୍ରେନର ପଛ ବଗିରେ ନିଆଁ ଲାଗି ଯାଇଛି। ମାଲବାହୀ ଟ୍ରେନଟି ତାଳଚେରରୁ ହଳଦିଆ ଯାଉଥିଲା। ସୋର ଷ୍ଟେସନଠାରେ ହଠାତ୍ ପଛ ବଗିରେ ନିଆଁ ଲାଗି ଯାଇଥିଲା।

ବିରାଟ ବାହିନୀର ବିରାଟ ବିଜୟ

ଆଇସିସି ବିଶ୍ଵକପରେ କ୍ରମାଗତ ୨ୟ ମ୍ୟାଚରେ ବିଜୟ ହୋଇଛି ଭାରତ। ରବିବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଭାରତ। ୨ୟ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଶତକ ମାରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଶିଖର ଧାୱନ ଶତକ ମାରିଛନ୍ତି।

LEAVE A REPLY

Please enter your comment!
Please enter your name here