ଓଡ଼ିଶାଲାଇଭ ବ୍ୟୁରୋ

ଆଇସିସି ବିଶ୍ଵକପରେ କ୍ରମାଗତ ୨ୟ ମ୍ୟାଚରେ ବିଜୟ ହୋଇଛି ଭାରତ। ରବିବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚରେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା ଭାରତ।

୨ୟ ମ୍ୟାଚରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଥିଲା। ପ୍ରଥମ ମ୍ୟାଚରେ ରୋହିତ ଶର୍ମା ଶତକ ମାରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ଶିଖର ଧାୱନ ଶତକ ମାରିଛନ୍ତି। ସେ ଏହି ମ୍ୟାଚରେ ମ୍ୟାନ ଅଫ ଦ ମ୍ୟାଚ୍ ହୋଇଛନ୍ତି। ଧାୱନଙ୍କ ଦମଦାର ଶତକ ଏବଂ କୋହଲି ଓ ରୋହିତ ଶର୍ମାଙ୍କ ଜବରଦସ୍ତ ଅର୍ଦ୍ଧଶତକ ବଳରେ ଭାରଚ ୩୫୨ଭଳି ଏକ ବଡ଼ ସ୍କୋର କରିପାରିଥିଲା।

ଅଷ୍ଟ୍ରେଲିଆ ସମସ୍ତ ୱିକେଟ ହରାଇ ୫୦ ଓଭରରେ ୩୧୬ ରନ୍ ସଂଗ୍ରହ କରିପାରିଥିଲା। ଫଳରେ ୩୬ରନରେ ବିଜୟ ହାସଲ କରିପାରିଥିଲା ଭାରତ।

ମ୍ୟାଚ୍ ଆରମ୍ଭରେ ଚମ୍ପିଆନ୍ ଅଷ୍ଟ୍ରେଲିଆ ୩୫୩ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିଲା। ଇନିଂସ ଆରମ୍ଭରୁ ବହୁତ ଜଗିରଖି ଖେଳିଥିଲା ଅଷ୍ଟ୍ରେଲିଆ। କିନ୍ତୁ ପରବର୍ତ୍ତି ସମୟରେ ଅଷ୍ଟ୍ରେଲିଆର ୱିକେଟ ଯିବା ଆରମ୍ଭ ହୋଇଥିଲା।

Comment