ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗିରଫ ହେଲେ ପାକିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅସିଫ୍‌ ଅଲ୍ଲୀ ଜର୍ଦ୍ଦାରୀ। ନକଲି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ବିଦେଶକୁ ଟଙ୍କା ପଠାଇବା ଅଭିଯୋଗରେ ଜର୍ଦ୍ଦାରୀ ଜର୍ଦ୍ଦାରୀଙ୍କୁ ପାକିସ୍ତାନର ଦୁର୍ନିତି ନିରୋଧ ସଂସ୍ଥା ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ (ଏନ୍‌ଏବି) ଗିରଫ୍‌ କରିଛି।

ଗିରଫ ହେବା ପୂର୍ବରୁ ଜର୍ଦ୍ଦାରୀ ଇସ୍‌ଲାମାବାଦ ହାଇକୋର୍ଟରେ ଜାମିନ୍‌ ଆବେଦନ କରିଥିଲେ। କୋର୍ଟ ଏହି ଆବେଦନକୁ ଖାରଜ କରିଥିଲା। ଏହାର କିଛି ସମୟ ପରେ ଏନ୍‌ଏବିର ୧୫ ଜଣିଆ ଟିମ୍‌ ଜର୍ଦ୍ଦାରୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ଗିରଫ କରିଛି।

ଏହି ଘଟଣାରେ ଜର୍ଦ୍ଧାରୀଙ୍କ ଭଉଣୀ ଫରୟାଲ ତଲପୁର ମଧ୍ୟ ସାମିଲ ଅଛନ୍ତି। ଭାଇ ଭଉଣୀ ଦୁହେଁ ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲି ବେଆଇନ୍‌ ଭାବେ ବିଦେଶକୁ ଟଙ୍କା ଫଠାଉ ଥିଲେ। ଖବରର ସୁରାକ ପାଇ ନ୍ୟାଶନାଲ ଆକାଉଣ୍ଟବିଲିଟି ବ୍ୟୁରୋ ଜର୍ଦ୍ଦାରୀଙ୍କୁ ଆରେଷ୍ଟ କରିଛି। ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲି ଜର୍ଦ୍ଦାରୀ ପାକିସ୍ତାନରୁ ପ୍ରାୟ ୧୫୦ ମିଲିୟନ୍‌ ଟଙ୍କା ବିଦେଶକୁ ପଠାଇଛନ୍ତି।

ଅସିଫ୍‌ ଅଲ୍ଲୀ ଜର୍ଦ୍ଦାରୀ ହେଉଛନ୍ତି ପାକିସ୍ତାନର ୧୧ ତମ ରାଷ୍ଟ୍ରପତି। ୨୦୦୮ ମସିହା ସେପ୍ଟେମ୍ବର ୮ରୁ ୨୦୧୩ ମସିହା ସେପ୍ଟେମ୍ବର ୧୩ ପର୍ଯ୍ୟନ୍ତ ଜର୍ଦ୍ଦାରୀ ପାକିସ୍ତାନର ରାଷ୍ଟ୍ରପତି ଭାବେ କାର୍ଯ୍ୟ କରିଥିଲେ।

Comment