ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ ଆଜି ଏକ କୋଇଲା ବୋଝେଇ ଟ୍ରେନର ପଛ ବଗିରେ ନିଆଁ ଲାଗି ଯାଇଛି। ମାଲବାହୀ ଟ୍ରେନଟି ତାଳଚେରରୁ ହଳଦିଆ ଯାଉଥିଲା। ସୋର ଷ୍ଟେସନଠାରେ ହଠାତ୍ ପଛ ବଗିରେ ନିଆଁ ଲାଗି ଯାଇଥିଲା।

ନିଆଁ ଲାଗିଥିବା ସୂଚନା ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ବିଦ୍ୟୁତ ତାର କଟାଯାଇ ନ ଥିବାରୁ  ନିଆଁକୁ ଆୟତ୍ତ କରାଯାଇ  ପାରି ନାହିଁ।

ପାଖାପାଖି ସକାଳ ୮ଟା ସମୟରେ ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ ଏକ ମାଲବାହୀ ଟ୍ରେନ୍ ପହଞ୍ଚିଥିଲା। ଏହି ଟ୍ରେନଟି ତାଳଚେରରୁ ହଳଦିଆ ଯାଉଥିଲା।

Comment