ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ ଚାଲୁଥିବା ବେଳେ ଓଭାଲ ଷ୍ଟାଡିୟମ୍‌ ସାମ୍ନାରେ ବିଦେଶୀ ବାବୁଙ୍କ ଝାଲ୍‌ ମୁଢ଼ି ବେପାର। ବିଗ୍‌ ବି ଅମିତାଭ୍‌ କହିଲେ “ଭେରି ୱେଲ୍ ଡନ୍‌”।

ଆଇସିସି କ୍ରିକେଟ ବିଶ୍ୱକପରେ ଗତ ଜୁନ୍‌ ୯ ତାରିଖରେ ଭାରତ ଭେଟିଥିଲା ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ। ଲଣ୍ଡନର ଓଭାଲରେ ଏହି ହାଇଭୋଲ୍ଟେଜ ଲଢ଼େଇ ଚାଲୁଥିବା ବେଳେ ଷ୍ଟାଡିୟମ୍‌ ବାହାରେ ଚାଲିଥିଲା ଝାଲ୍‌ ମୁଢ଼ି ବେପାର। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏମିତିକି ବଲିଉଡ ବିଗ୍‌ ବି ଅମିତାଭ ବଚ୍ଚନ ଏହି ଭିଡିଓକୁ ନିଜ ଟୁଇଟରେ ଆକାଉଣ୍ଟରେ ସେୟାର କରିଛନ୍ତି। ବିଗ୍‌ ବି ଏହି ଭିଡ଼ିଓକୁ ସେୟାର କରି “ଭେରି ଭେଲ୍‌ ଡନ୍‌” ବୋଲି ଲେଖିଛନ୍ତି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ମଜାଦାର ଅନ୍ଦାଜ୍‌ରେ ବିଦେଶୀ ବ୍ୟକ୍ତି ଜଣକ ଓଭାଲ ଷ୍ଟାଡିୟମ ସାମ୍ନାରେ ଝାଲ୍‌ ମୁଢ଼ି ବିକୁଛନ୍ତି। ଝାଲ୍‌ ମୁଢ଼ି ଷ୍ଟଲ୍‌ ପାଖରେ ଲୋକମାନଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଥିଲା। ତେବେ ଜଣେ ବ୍ୟକ୍ତ ଏହା କେଉଁଠାରୁ ଶିଖିଲ ବୋଲି ପଚାରିବାରୁ ଜବାବରେ କୋଲକାତାରୁ ଶିଖିଛି ବୋଲି ବିଦେଶୀ ଝାଲ୍‌ ମୁଢ଼ି ବେପାରୀ କହିଛନ୍ତି।

ବାସ୍ତବରେ ଝାଲ୍‌ ମୁଢ଼ି ହେଉଛି ଏକ ଭାରତୀୟ ଖାଦ୍ୟ। ଭାରତର ସବୁ ସ୍ଥାନରେ ବୁଲା ବିକାଳି ଝାଲ୍‌ ମୁଢ଼ି ବେପାର କରନ୍ତି। ତେବେ ଏହାର ଚାହିଦା ବିଦେଶରେ ମଧ୍ୟ ରହିଛି, ଯାହା ଉକ୍ତ ଭିଡିଓରେ ଦେଖିବାକୁ ମିଳିଛି। ଏହାକୁ ଭାରତୀୟମାନେ ସବୁଠୁ ଅଧିକା ପସନ୍ଦ କରିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Comment