ଓଡ଼ିଶାଲାଇଭ୍‌ ବ୍ୟୁରୋ

ଲଣ୍ଡନର ମାଞ୍ଚେଷ୍ଟରଠାରେ ଚାଲିଛି ଭାରତ ପାକିସ୍ତାନ ମଧ୍ୟରେ ହାଇଭୋଲ୍ଟେଜ୍‌ ବିଶ୍ୱକପ ମ୍ୟାଚ୍‌। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଟିମ୍‌ ଇଣ୍ଡିଆ ଜବରଦସ୍ତ ଓପନିଂ କରିଛି। ରୋହିତ ଶର୍ମା ଏବଂ ଲୋକେଶ ରାହୁଲଙ୍କ ଅର୍ଦ୍ଧଶତକ ବଳରେ ଭାରତ ୨୨ ଓଭର ସୁଦ୍ଧା ବିନା କୌଣସି ୱିକେଟ୍ ହରାଇ ୧୨୩ ରନ୍‌ ସଂଗ୍ରହ କରିଛି।

ବ୍ୟାଟିଂ ପାଇଁ ଭାରତ ପଡ଼ିଆକୁ ଓହ୍ଲାଇଥିବା ବେଳେ ଟିମ୍‌ର ଓପନିଂ କରିଥିଲେ ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ଏବଂ ଲୋକେଶ ରାହୁଲ। ରୋହିତଙ୍କ ଧୂଆଁଧାର ଅର୍ଦ୍ଧଶତକ ଟିମ୍‌ ଇଣ୍ଡିଆକୁ ଆଗକୁ ନେଇଛି। ୨ଟି ଛକା ଏବଂ ୭ଟା ଚୌକା ବଳରେ ୩୪ ବଲ୍‌ରେ ରୋହିତ ୫୦ ରନ୍‌ ସଂଗ୍ରହ କରିଛନ୍ତି।

ଲୋକେଶ ରାହୁଲଙ୍କ ୱିକେଟ୍ ପତ୍ତନ। ଭାରତ ୧୩୬/୧

Comment