ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ଵକପ ଭଳି ଏକ ବଡ ପ୍ଲାଟଫର୍ମରେ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଜିତିବା ସବୁ ଖେଳାଳିଙ୍କ ସ୍ଵପ୍ନ। ପୂର୍ବରୁ ବିଶ୍ଵକପରେ ମାର୍ଟିନ କ୍ରୋଓ୍ଵି, ଯୁବରାଜ ସିଂ, ମିଚେଲ ଷ୍ଟାର୍କ, ସଚିନ ତେନ୍ଦୁଲକର ଆହୁରି ଅନେକ ଖେଳାଳି ମ୍ୟାନ ଅଫ ଦି ଟୁର୍ଣାମେଣ୍ଟ ହୋଇସାରିଛନ୍ତି। ଚଳିତ ବିଶ୍ଵକପକୁ ୪ସପ୍ତାହ ହୋଇ ସାରିଲାଣି। ଏଥିରେ ବର୍ତ୍ତମାନ ପର୍ଯ୍ୟନ୍ତ ୪ଜଣ ଖେଳାଳିଙ୍କ ମଧ୍ୟରେ ପ୍ରତିଦ୍ଵନ୍ଦିତା ଲାଗିରହିଛି ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ପାଇଁ। ତେବେ ସେ ଖେଳାଳି ମାନେ କିଏ ଆସନ୍ତୁ ଜାଣିବା।

ଆରୋନ ଫିଞ୍ଚ (ଅଷ୍ଟ୍ରେଲିଆ)

ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ ଫିଞ୍ଚ ଏଥର ବିଶ୍ଵକପରେ ଚମତ୍କାର ପ୍ରଦର୍ଶନ କରି ସମସ୍ତଙ୍କୁ ଖୁସି କରିଛନ୍ତି। ଟୁର୍ଣ୍ଣାମେଣ୍ଟରେ ୫ଟି ମ୍ୟାଚ ଖେଳି ୩୪୩ ରନ କରି ଆଗରେ ଅଛନ୍ତି। ଦୁଇ ସପ୍ତାହରେ ସେ ଦଳ ପାଇଁ ଦୁଇଟି ମ୍ୟାଚ ଜିତାଇବା ଇଂନିସ ଖେଳିଛନ୍ତି। ପାକିସ୍ତାନ ବିପକ୍ଷରେ ୮୨ ରନ କରି ୩୦୦ ରନ କରିବାରେ ସଫଳ ହୋଇଥିଲେ। ତେବେ ଆରୋନ ଫିଞ୍ଚ ଏଥର ବିଶ୍ଵକପରେ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ପାଇଁ ଦାବିଦାର ଅଛନ୍ତି।

ରୋହିତ ଶର୍ମା(ଭାରତ)

ହିଟ ମ୍ୟାନ ଭାବେ ପରିଚିତ ରୋହିତ ଶର୍ମା ଚଳିତ ବିଶ୍ଵକପରେ ୩ଟି ମ୍ୟାଚ ଖେଳି ୩୧୯ ରନ ସଂଗ୍ରହ କରିଛନ୍ତି। ଏଥିରେ ସେ ଦୁଇଟି ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଛନ୍ତି  ଟୁର୍ଣ୍ଣାମେଣ୍ଟରେ ୧୪୦ ତାଙ୍କର ସର୍ବାଧିକ ରହିଛି। ଦ.ଆଫ୍ରିକା ବିପକ୍ଷରେ ସେ ପ୍ରଥମ ଶତକ କରିଥିଲେ ପରେ ଅଷ୍ଟ୍ରଲିଆ ବିପକ୍ଷରେ ଅର୍ଦ୍ଧଶତକ ଓ ପାକିସ୍ତାନ ବିପକ୍ଷରେ ଶତକ ହାସଲ କରି ମ୍ୟାଚ ବିଜୟୀ ଇଂନିସ ଖେଳିଥିଲେ। ରୋହିତ ଶର୍ମା ମଧ୍ୟ ଏଥିପାଇଁ ଦାବିଦାର ରହିଛନ୍ତି।

ଜୋଏ ରୁଟ(ଇଂଲଣ୍ଡ)

ଡେଭିଡ ଓ୍ଵାର୍ନର, ଷ୍ଟିଭ ସ୍ମିଥ, ଜାସନ ରଏଙ୍କ ଭଳି ଖେଳାଳି ଥାଉଥାଉ ଜୋଏ ରୁଟଙ୍କୁ ଏହାର ଦାବିଦାର ମନାଯାଏ, କାରଣ ଚଳିତ ବିଶ୍ଵକପରେ ତାଙ୍କ ଅଲରାଉଣ୍ଡର ପ୍ରଦର୍ଶନ ବେଶ ଭଲ ରହିଛି। ସେ ୪ଟି ମ୍ୟାଚ ଖେଳି ୨୭୯ ରନ କରିବା ସହ ୨ଟି ଓ୍ଵିକେଟ ହାସଲ କରିଛନ୍ତି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ମ୍ୟାଚରେ ରୁଟ୍ ୨ଟି ଗୁରୁତ୍ଵପୂର୍ଣ୍ଣ ଓ୍ଵିକେଟ ହାସଲ କରିଥିଲେ। ପାକିସ୍ତାନ ବିପକ୍ଷରେ ସେ ୧୦୭ରନ କରି ସତକ ହାସଲ କରିଥିଲେ।

ସାକିବ ଅଲ ହାସନ(ବାଂଲାଦେଶ)

ସାକିବ ଅଲ ହାସନ ମଧ୍ୟ ଚଳିତ ବିଶ୍ଵକପରେ ଭଲ ଅଲରାଉଣ୍ଡର ପ୍ରଦର୍ଶନ କରିଛନ୍ତି। ୪ଟି ମ୍ୟାଚ ଖେଳି ୩୧୦ ରନ କରିବା ସହ ୫ଟି ଓ୍ଵିକେଟ ହାସଲ କରିଛନ୍ତି। ଏଥିରେ ଦୁଇଟି ଶତକ ଓ ଦୁଇଟି ଅର୍ଦ୍ଧଶତକ ମଧ୍ୟ ରହିଛି। ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ସେ ସର୍ବାଧିକ ୧୨୪ ରନ କରିଥିଲେ। ଯଦି ଦଳ ଆଗାମୀ ମ୍ୟାଚ ଗୁଡିକ ଭଲ ପ୍ରଦର୍ଶନ କରେ ତେବେ ସାକିବ ମଧ୍ୟ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ପାଇଁ ଦାବିଦାର ରହିବେ।

Comment