ଓଡିଶାଲାଇଭ ବ୍ୟୁରୋ

ଆଇସିସି ବିଶ୍ଵକପର ୨୬ତମ ମ୍ୟାଚରେ ଶୁକ୍ରବାର ଘରୋଇ ଇଂଲଣ୍ଡ ଦଳ ଓ ଶ୍ରୀଲଙ୍କା ମୁହାଁମୁହିଁ ହେବେ। ଚଳିତ ବିଶ୍ଵକପରେ ଦୁଇ ଦଳ ୫ଟି ଲେଖାଏଁ ମ୍ୟାଚ ଖେଳି ସାରିଛନ୍ତି। ଏଥିରେ ଇଂଲଣ୍ଡ ଶ୍ରୀଲଙ୍କାଠୁ ଆଗରେ ରହିଛି। ଇଂଲଣ୍ଡ ୫ଟି ମ୍ୟାଚରୁ ୪ଟିରେ ବିଜୟ ହୋଇଥିବା ବେଳେ ଗୋଟିଏରେ ପରାଜୟ ହୋଇଛି। ସେହିପରି ଶ୍ରଲଙ୍କା ୫ଟି ମ୍ୟାଚ ଖେଳି ଗୋଟିଏରେ ବିଜୟ ହୋଇଥିବା ବେଳେ ୨ଟିରେ ପରାଜୟ ହୋଇଛି। ଅନ୍ୟ ଦୁଇଟି ମ୍ୟାଚ ବର୍ଷା କାରଣରୁ ପଏଣ୍ଟ ଭାଗ କରାଯାଇଛି।

ଘରୋଇ ଇଂଲଣ୍ଡ ଦଳ ଚଳିତ ବିଶ୍ଵକପରେ ଭଲ ଫର୍ମରେ ରହିଛି। ୫ଟି ମ୍ୟାଚରୁ ୪ଟିରେ ଦଳ ୩୦୦ରୁ ଉର୍ଦ୍ଧ୍ଵ ରନ କରିଛି ଓ ଚଳିତ ବିଶ୍ଵକପରେ ସର୍ବାଧିକ ଦଳୀୟ ସ୍କୋର କରିବାରେ ସଫଳତା ହାସଲ କରିଛି। ଇଂଲଣ୍ଡ ଦଳର ସମସ୍ତ ବ୍ୟାଟ୍ସମ୍ୟାନ ଫର୍ମରେ ରହିଥିବାରୁ ତାହା ବିପକ୍ଷ ଦଳ ପାଇଁ ଚିନ୍ତାର କାରଣ ରହିଛି।

ଗତ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଇୟନ ମୋର୍ଗାନ ୭୧ ବଲରୁ ବିସ୍ଫୋରକ ୧୭ଟି ଛକା ୪ଟି ଚୌକା ମାଧ୍ୟମରେ ୧୪୮ ରନ କରିଥିଲେ। ଯଦି ଏହି ମ୍ୟାଚରେ ମୋର୍ଗାନ ସେହି ଲୟରେ ରହିବେ ତେବେ ଆଉ ଏକ ରେକର୍ଡ ସୃଷ୍ଟି କରିପାରନ୍ତି।

ଅନ୍ୟପକ୍ଷରେ ଜୋସ ବଟଲର, ଜୋଏ ରୁଟ, ଜନି ବେୟାରଷ୍ଟୋ ଓ ବେନ ଷ୍ଟୋକ କମାଲ ଦେଖାଇ ସାରିଛନ୍ତି। ତେବେ ଏହି ମ୍ୟାଚ ଇଂଲଣ୍ଡକୁ ଜିତିବାକୁ ବେଶି ପରିଶ୍ରମ କରିବାକୁ ପଡିବନାହିଁ।

ସେହିପରି ଶ୍ରୀଲଙ୍କା ପକ୍ଷରୁ କେବଳ ଡିମୁଥ କରୁଣାରତ୍ନେ ଭଲ ଫର୍ମରେ ରହିଥିବା ଦେଖିବାକୁ ମଳିଛନ୍ତି। ସେ ୨ଟି ମ୍ୟାଚରେ ଅର୍ଦ୍ଧଶତକ ମଧ୍ୟ ହାସଲ କରିଛନ୍ତି। ତେବେ ଆଜିର ମ୍ୟାଚକୁ ଶ୍ରୀଲଙ୍କାକୁ ଜିତିବାକୁ ହେଲେ କରୁଣାରତ୍ନେଙ୍କୁ ଗୋଟେ ବଡ ଇଂଲିସ ଖେଳିବାକୁ ପଡ଼ିବ ଓ ଇଂଲଣ୍ଡର ବ୍ୟାଟିଂ ଲାଇନକୁ ରୋକିବାକୁ ନୁଆନ ପ୍ରଦିପ ଓ ଲସିଥ ମଲିଙ୍ଗକାଙ୍କୁ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ। ବିଶ୍ଵକପ ଇତିହାସରେ ଦୁଇଦଳ ମଧ୍ୟରେ ୧୦ଟି ମ୍ୟାଚ ଖେଳାଯାଇଛି ଯୋଉଥିରେ ଇଂଲଣ୍ଡ ୬ଟି ଜିତି ନିଜ ପଲ୍ଲା ଭାରି ରଖିଛି।

LEAVE A REPLY

Please enter your comment!
Please enter your name here