ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପୁଣିଥରେ ପଛରେ ପକାଇଛନ୍ତି। ନିକଟରେ ତେନ୍ଦୁଲକରଙ୍କ ୧୧ ହଜାର ରନ୍‌ର ରେକର୍ଡକୁ ଭାଙ୍ଗିଥିବା କୋହଲି ଏଥର ପଡ଼ିଆ ବାହାରେ ନୂଆ ରେକର୍ଡ କରିଛନ୍ତି।

ଟୁଇଟରରେ ବିରାଟଙ୍କର ଫଲୋୟର୍ସଙ୍କ ୩୦ ମିଲିୟନ(୩ କୋଟି) ଛୁଇଁଛି। ଏଥିରେ ବିରାଟ ତେନ୍ଦୁଲକରଙ୍କୁ ପଛରେ ପକାଇଦେଇଛନ୍ତି। ତେନ୍ଦୁଲକରଙ୍କ ଫଲୋୟର୍ସଙ୍କ ୨କୋଟି ୯୦ ଲକ୍ଷ ଥିବା ବେଳେ ବର୍ତ୍ତମାନ କୋହଲି ଏହାକୁ ପାର କରି  ୩ କୋଟିରେ ପହଞ୍ଚିଛନ୍ତି।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଫଲୋୟର୍ସ ଟୁଇଟରରେ ୮ ମିଲିୟନ୍‌ରେ ପହଞ୍ଚିଛନ୍ତି। ତେବେ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାରେ କୋହଲିଙ୍କ ଏକ ପ୍ରକାର ଅଭ୍ୟାସ ହୋଇଗଲାଣି। ଧିରେ ଧିରେ ସଚିନଙ୍କ ସବୁ ଛୋଟ ବଡ ରେକର୍ଡକୁ ହାସଲ କରିଲେଣି ବିରାଟ। ଏବେ ନିଜ ଫ୍ୟାନ୍‌ ଫଲୋଇଂସ୍‌ରେ ବି ସଚିନ୍‌ଙ୍କୁ କାଟିଛନ୍ତି।

Comment