ଓଡ଼ିଶାଲାଇଭ୍ ବ୍ୟୁରୋ

କିଡନୀ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପରିବର୍ତ୍ତିତ ଜୀବନଶୈଳୀ ଏବଂ ଏପଟସେପଟ ଖାଦ୍ୟ କିଡନୀ ରୋଗର ମୁଖ୍ୟ କାରଣ। ଶରୀରରୁ ବିଷାକ୍ତ ଜିନିଷ ବାହାର କରିବାର କାମ ହେଲା କିଡନୀର। ବିଷାକ୍ତ ଜିନିଷକୁ ପରିସ୍ରା ମାଧ୍ୟମରେ ଏହା ବାହାର କରିଥାଏ । ଏପରି ହୋଇ ନ ପାରିଲେ ବିଭିନ୍ନ ସମସ୍ୟା ହୋଇଥାଏ ।

କିଡନୀ ଶରୀରରେ ଇଲୋକ୍ଟ୍ରୋଲାଇଟକୁ ସନ୍ତୁଳିତ ରଖିଥାଏ। ହରମୋନ୍ ସୃଷ୍ଟି ହେବାର ପ୍ରକ୍ରିୟାରେ ସହାୟକ ହୋଇଥାଏ। ଉପଯୁକ୍ତ ଖାଦ୍ୟ ଓ ପର୍ଯ୍ୟାପ୍ତ ପରିମାଣର ପାଣି ପିଇଲେ ତାହା ସୁସ୍ଥ ରହିଥାଏ।

କିଡନୀକୁ ସୁସ୍ଥ ରଖିବାକୁ ହେଲେ ନିୟମିତ ଭାବେ ଅଦା ଖାଆନ୍ତୁ। ଏଥିରେ ଥିବା ଜିଞ୍ଜେରାଲ୍ସ ଏକ ସକ୍ରିୟ ଯୌଗିକ ଏବଂ ଆଣ୍ଟି ବ୍ୟାକ୍ଟେରିଆଲ ଏଜେଣ୍ଟ ଯାହାକି କିଡନୀରେ ବ୍ୟାକ୍ଟେରିଆ ବ୍ୟାପିବାରୁ ରକ୍ଷା କରିଥାଏ।

ଜୁଆଣୀକୁ ନିୟମିତ ଭାବେ ଖାଇଲେ ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ। କିଡନୀରେ ବିଷାକ୍ତ ପଦାର୍ଥକୁ ଜମା ବାହାର କରିଦେଇଥାଏ। ସେହିପରି ଏହା ଅଧିକ ପରିସ୍ରା ହେବାରେ ମଧ୍ୟ ସହାୟକ ହୋଇଥାଏ। ଏହାଦ୍ୱାରା ଶରୀରରୁ ବିଷାକ୍ତ ପଦାର୍ଥ ବାହାରିଯାଏ। ଏହାଛଡ଼ା ଜୁଆଣୀରେ ପ୍ରଚୁର ପରିମାଣର କ୍ୟାଲସିୟମ୍ ଓ ସୋଡିୟମ୍ ବି ଥାଏ।

ହଳଦୀରେ ଥିବା କରକ୍ୟୁମିନ୍ କିଡନୀର ସୁସ୍ଥତା ପାଇଁ ଖୁବ୍ ଉପାଦେୟ।

ଏହାଛଡ଼ା ନିୟମିତ ଭାବେ ଅଙ୍ଗୁର, ବାଦାମ ଓ ଋତୁକାଳୀନ କୋଳି ଖାଇଲେ ମଧ୍ୟ ଉପକାର ମିଳେ।

Comment