ଓଡ଼ିଶାଲାଇଭ୍ ବ୍ୟୁରୋ

ଦର୍ଶକଙ୍କ ମଧ୍ୟରେ ଏବେ ଖୁବ୍ ଲୋକପ୍ରିୟ ହେଉଛି ୱେବ୍ ସିରିଜ୍। କେବଳ ଯେ ମନୋରଞ୍ଜନର ନୂଆ ମାଧ୍ୟମ ଆଣିଛି ତା’ ନୁହେଁ କଳାକାରମାନଙ୍କ ପାଇଁ ମଧ୍ୟ ଏହା ଏକ ଭଲ ସୁଯୋଗ ସୃଷ୍ଟି କରିଛି। ବିଗ୍ ବଜେଟ୍ ଫିଲ୍ମରେ କାମ କରି ମଧ୍ୟ ବିଫଳ ବିଫଳ ହୋଇଥିବା କଳାକାରମାନେ ଏବେ ଓ୍ଵେବସିରିଜରେ ନଜର ଆସୁଛନ୍ତି।

ବିଗତ ଦିନର ଅଭିନେତ୍ରୀ ମଲ୍ଳିକା ସେରାୱତ୍ ମଧ୍ୟ ଏବେ ଏହି ତାଲିକାରେ ସାମିଲ ହେବାକୁ ଯାଉଛନ୍ତି। ହରର ୱେବ୍ ସିରିଜ୍  ‘ବୁ ସବକି ଫଟେଗୀ’ରେ ଦର୍ଶକେ ତାଙ୍କୁ ଦେଖିବାକୁ ପାଇବେ। ସେଥିରେ ମଲ୍ଲିକା ପ୍ରମୁଖ ଭୂମିକାରେ ନଜର ଆସିବେ। ଏଥିରେ ସେ ଭୂତ ଭୂମିକାରେ ନଜର ଆସିବେ। କିଛି ଦିନ ହେଲା ଏକତା କପୁର, ମଲ୍ଲିକା ସେରାୱତ ଏବଂ ତୁଷାର କପୁର ଏହାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି।

ଏହି ଓ୍ଵେବ ସିରିଜରେ ୧୭ ବର୍ଷ ପରେ ପୁଣି ଥରେ ଏକାଠି ନଜର ଆସିବେ ମଲ୍ଲିକା ସେରାଓ୍ୱତ ଏବଂ ତୁଷାର କପୁର।

ଏହି ତିନି ଜଣଙ୍କର ଯୋଡ଼ି ଆଗକୁ କେତେ ଜମିବ ତାହା ଦେଖିବାକୁ ମାଗି ରହିଲା।

Comment