ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ବି ବଞ୍ଚି ରହିଛି ମଣିଷ ପଣିଆ। ଏ କଥାକୁ ପ୍ରମାଣ କରିଛନ୍ତି “ମୋ ବସ”ର ଜଣେ ଡ୍ରାଇଭର ବିଶ୍ଵନାଥ ଖଟୁଆ। ବସରୁ ପାଇଥିବା ୪୯,୫୦୦ଟଙ୍କାର ବ୍ୟାଗକୁ ତା’ର ସଠିକ ମାଲିକକୁ ଫେରାଇ ମହାନତାର ପରିଚୟ ଦେଇଛନ୍ତି।

ଏହି କାର୍ଯ୍ୟ ଯୋଗୁଁ କ୍ୟାପିଟାଲ ରିଜିୟନ ଅର୍ବାନ ଟ୍ରାନ୍ସପୋର୍‍ଟ କମ୍ପାନିର କର୍ମକର୍ତ୍ତାମାନେ ବିଶ୍ଵନାଥଙ୍କୁ ସାବାସୀ ଜଣାଇଛନ୍ତି।

ବୁଧବାର ସକାଳ ୯ଟାର ଏହି ଘଟଣା। ମଞ୍ଚେଶ୍ଵର ଟର୍ମିନାଲ ପଏଣ୍ଟ ଆଡ଼କୁ ବସ ଫେରୁଥିବା ବେଳେ ବିଶ୍ଵନାଥ ଏକ ଟଙ୍କା ବ୍ୟାଗ ବସରେ ପାଇଥିଲେ। ଏହାକୁ ଫେରାଇବାକୁ ସେ ଅଢ଼େଇ ଘଣ୍ଟା ଧରି ବ୍ୟାଗ ମାଲିକଙ୍କ ପିଛା କରିଥିଲେ। ପରେ ତାକୁ ଫେରାଇବାକୁ ସଫଳ ହୋଇଥିଲେ।

Comment