ଓଡ଼ିଶାଲାଇଭ୍ ବ୍ୟୁରୋ

ଖରାପ ଖାଦ୍ୟାଭ୍ୟାସ ଯେପରିକି ଅଧିକ କ୍ୟାଲୋରୀଯୁକ୍ତ ଖାଦ୍ୟ, ସ୍ନାକ୍ସ, ଜଙ୍କଫୁଡ୍, ଅଧିକ ମିଠା ଖାଇବା ଯୋଗୁଁ ଆଜିକାଲି ଛୋଟ ପିଲାମାନେ ମୋଟାପା ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଏହାକୁ କିପରି ନିୟନ୍ତ୍ରିତ କରିବେ ଜାଣନ୍ତୁ।

– ଅଧିକାଂଶ ସମୟରେ ଗୋଟିଏ ସ୍ଥାନରେ ବସି ଭିଡିଓ ଗେମ୍, କାର୍ଟୁନ୍ ଦେଖିବା, ଖେଳନାରେ ଖେଳିବା ଯୋଗୁଁ ପିଲାମାନଙ୍କର ଶାରିରୀକ ଗତିବିଧି କମ୍ ହୋଇଥାଏ। ତେଣୁ ଧୀରେ ଧୀରେ ଓଜନ ବଢ଼ିଥାଏ।

-ମନୋବୈଜ୍ଞାନିକ କାରଣ ଯୋଗୁଁ ମଧ୍ୟ କିଛି ପିଲା ମୋଟା ହୋଇଥାନ୍ତି। ଯେପରିକି ମାତା, ପିତାଙ୍କ ମଧ୍ୟରେ ମନୋମାଳିନ୍ୟ କିମ୍ବା ପାରିବାରିକ ସମସ୍ୟା ଥିଲେ ତାକୁ ଭୁଲିବାକୁ ଯାଇ ପିଲାମାନେ ଅଧିକ ଖାଦ୍ୟ ଖାଆନ୍ତି। ତେଣୁ ଓଜନ ବୃଦ୍ଧି ହୁଏ। ଏପରିସ୍ଥଳେ ମୋଟା ହୋଇଯାଇଛି ଭାବି  ପିଲାମାନଙ୍କର ଖାଦ୍ୟ କମ୍ କରନ୍ତୁ ନାହିଁ। ବରଂ ମୋଟା ହେବାର କୁପରିଣାମ ସଂପର୍କରେ ସେମାନଙ୍କୁ ବୁଝାନ୍ତୁ।

-ଯଥାସମ୍ଭବ ଘରେ ତିଆରି ହୋଇଥିବା ଖାଦ୍ୟ ଖାଇବାକୁ ଶିଖାନ୍ତୁ। ଏଥିପାଇଁ ସେମାନଙ୍କୁ ଗ୍ରୋସୋରି, ପରିବା କିଣିବାବେଳେ ସାଙ୍ଗରେ ନେଇପାରିବେ। ଏହାଦ୍ୱାରା ସେମାନେ ନିଜ ମନ ପସନ୍ଦର ପରିବାରେ ପ୍ରସ୍ତୁତ ଖାଦ୍ୟ ଖାଇବାକୁ ଆକର୍ଷିତ ହେବେ।

-ସେହିପରି ସେମାନଙ୍କୁ ମଧ୍ୟ ଛୋଟ ଛୋଟ ରୋଷେଇ ଶିଖାନ୍ତୁ। ସେଥିରେ କେତେ ପରିମାଣରେ ତେଲ ମସଲା ବ୍ୟବହାର କଲେ ସ୍ୱାସ୍ଥ୍ୟ ପକ୍ଷେ ଉପକାରୀ ତାହା ବୁଝାଇ କୁହନ୍ତୁ। ଯାହାଦ୍ୱାରାକି ପିଲାଟି ଧୀରେ ଧୀରେ ସ୍ୱାସ୍ଥ୍ୟ ସଚେତନ ହେବ।

-ନିଜ ଆଖପାଖରେ ଯୋଗ କିମ୍ବା ନୃତ୍ୟ ଭଳି କୌଣସି କ୍ଲାସ୍ ହେଉଥିଲେ ସେଥିରେ ପିଲାମାନଙ୍କୁ ଭର୍ତ୍ତି କରନ୍ତୁ। ଏଥିଯୋଗୁଁ ସେମାନଙ୍କର ଓଜନ କମିବା ସହିତ ମାନସିକ ଭାବେ ସେମାନେ ଖୁସି ରହିବେ।

-ପିଲାଙ୍କ ସହିତ ନିଶ୍ଚିତ ଭାବେ ଖାଦ୍ୟ ଖାଆନ୍ତୁ। ଏହି ସମୟରେ ସେମାନଙ୍କୁ କେତେ ପରିମାଣର ଖାଦ୍ୟ କେତେ ସମୟ ବ୍ୟବଧାନରେ ଖାଇବା କଥା ତାହା ବୁଝାନ୍ତୁ।

Comment