ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇଦିନ ଛୁଟି ରହିବ ବିଧାନସଭା। ଶନିବାର ଓ ରବିବାର ବିଧାନସଭା ବନ୍ଦ ରହିବ। ଶୁକ୍ରବାର ବାଚସ୍ପତି ସୁର୍ଯ୍ୟ ନାରାୟଣ ପାତ୍ର ବିଧାନସଭାରେ ଏହି ଘୋଷଣା କରିଛନ୍ତି।
ଶନିବାର କାର୍ଯ୍ୟଦିବସ ଥିଲା। କିନ୍ତୁ ପ୍ରମିଳା ମଲ୍ଲିକ ଶନିବାର ଗୃହକୁ ବନ୍ଦ କରିବା ପାଇଁ ପ୍ରସ୍ତାବ ଆଣିଥିଲେ। ଅନ୍ୟ ସଦସ୍ୟମାନେ ଏହାକୁ ସମର୍ଥନ କରିଥିଲେ। ଏଥିପାଇଁ ବାଚସ୍ପତି ଏହାକୁ ଗ୍ରହଣ କରି ଛୁଟି ଘୋଷଣା କରିଥିଲେ।
ଶୁକ୍ରବାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ ପରେ ସୋମବାର ଦିନ ୧୦.୩୦ ଯାଏଁ ଗୃହକୁ ମୁଲତବୀ ରଖାଯାଇଛି।


















