ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପାଇଁ ଆସନ୍ତାକାଲିଠୁ ୩ ଦିନ ଧରି ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା କରିଛି। ଏନେଇ ପାଣିପାଗ ବିଭାଗ ସତର୍କ ଜାରି କରିବା ପରେ ଚିନ୍ତାରେ ରାଜ୍ୟ ସରକାର। ଅତି ପ୍ରବଳ ବର୍ଷା ଓ ଏହା ପ୍ରଭାବରେ ଓଡ଼ିଶାରେ ହେବାକୁ ଥିବା ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆଡଭାଇଜରୀ ଜାରି କରିଛନ୍ତି। ଏନେଇ ସ୍ୱତନ୍ତ୍ର ରିଲିଫ୍‌ କମିସନର ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି।

ସୂଚନା ମୂତାବିକ, ଓଡ଼ିଶାର ବାଲେଶ୍ୱର, ଗଜପତି, ଗଞ୍ଜାମ, କଳାହାଣ୍ଡି, କନ୍ଧମାଳ, ମାଲକାନଗିରି, ମୟୁରଭଞ୍ଜ ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସମ୍ଭାବ୍ୟ ବନ୍ୟାକୁ ଦୃଷ୍ଟିରେ ରଖି ଏହି ସ୍ଥାନଗୁଡ଼ିକୁ ଆଡଭାଇଜରୀ ଜାରି କରାଯାଇଛି। ଏନେଇ ଉପରୋକ୍ତ ଜିଲ୍ଲାଗୁଡ଼ିକର ଜିଲ୍ଲାପାଳଙ୍କୁ ଜୁନ୍‌ ୩୦ରୁ ଜୁଲାଇ ୨ ପର୍ଯ୍ୟନ୍ତ ସତର୍କ ରହିବା ପାଇଁ ନୋଟିସ୍‌ ଜାରି ହୋଇଛି।

ସୂଚନାଯୋଗ୍ୟ, ଉତ୍ତର-ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଯୋଗୁଁ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ଘଣ୍ଟାପ୍ରତି ୪୦-୫୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା କରାଯାଉଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି ହୋଇଛି।

Comment