ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁନ୍ ପହିଲାରେ ବଜାର କୋଲକତା ଦୋଳମୁଣ୍ଡାଇଠାରେ ଆଉ ଏକ ନୂଆ ସୋରୁମ ଉଦଘାଟନ କରିଥିଲା। ଏହି ଉଦଘାଟନୀ ଅବସରରେ ଇଦ୍ ଓ ରଜ ପର୍ବ ଉପଲକ୍ଷେ ଗ୍ରାହକମାନଙ୍କ ପାଇଁ ୨ହଜାର ଟଙ୍କା କ୍ରୟ ଉପରେ ମେଗା ଲକି ଡ୍ର କୁପନ୍ ବ୍ୟବସ୍ଥା ରହିଥିଲା।

ପ୍ରାଣକୃଷ୍ଣ ଭୋଇ ଏହି ଲକି ଡ୍ରରେ ବିଜେତା ହୋଇଥିଲେ। ଶୁକ୍ରବାର ସୋରୁମ ଦ୍ଵାରା ଆୟୋଜିତ ଲକି ଡ୍ରରେ ବିଜେତା ପାଣକୃଷ୍ଣଙ୍କୁ ରେନଲଟ କ୍ୟୁଡ କାର ଉପହାର ଦିଆଯାଇଥିଲା।

ଏହି କାର୍ଯ୍ୟକ୍ରମରେ କମ୍ପାନିର ଡାଇରେକ୍ଟର ରମେଶ ଖେମକା, ରିଟେଲ ହେଡ୍ ଦିପକ ଲାଲ, ମାର୍କେଟିଂ ହେଡ ଉମେଶ ଶର୍ମା ଓ ରାଜୀବ ଝା ପ୍ରମୁଖ ଉପସ୍ଥିତ ଥିଲେ।

ଓଡ଼ିଶାରେ ବଜାର କୋଲକତାର ମୋଟ୍ ୧୮ଟି ସୋରୁମ୍ ରହିଛି। ଆସନ୍ତା ଡିସେମ୍ବର ସୁଦ୍ଧା ବିଭିନ୍ନ ସହରରେ ୪ରୁ ୫ଟି ସୋରୁମ୍ ଖୋଲିବାର ଲକ୍ଷ୍ୟ ରଖିଛନ୍ତି ବଜାର କୋଲକତାର ଡାଇରେକ୍ଟର ରମେଶ ଖେମକା।

Comment