ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରେ ୨୦୧୯-୨୦ ଶିକ୍ଷା ବର୍ଷ ନିମନ୍ତେ ସ୍ନାତକୋତ୍ତର(ପିଜି) ପ୍ରବେଶିକା ପରୀକ୍ଷା ତାରିଖକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ମାତ୍ର ବର୍ତ୍ତମାନ ରେଭେନ୍ସା ବିଶ୍ଵବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ତାରିଖ ପରିବର୍ତ୍ତନ କରି ଛାତ୍ରଛାତ୍ରୀଙ୍କୁ ଆଶ୍ଵସ୍ଥି ଦେଇଛି।

ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା ହେବା ପରେ ବିଭିନ୍ନ ବିଶ୍ଵବିଦ୍ୟାଳୟରେ ପରୀକ୍ଷା ତାରିଖରେ ସମନ୍ଵୟ ରହିନଥିଲା। ସମାନ ତାରିଖରେ ଉତ୍କଳ ବିଶ୍ଵବିଦ୍ୟାଳୟ, ରେଭେନ୍ସା ବିଶ୍ଵବିଦ୍ୟଳୟ, ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ପ୍ରବେଶିକା ପରୀକ୍ଷା ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଥିଲା।

ଏନେଇ ବିଭିନ୍ନ ଛାତ୍ର ସଂଗଠନ ପକ୍ଷରୁ ସ୍ଵରଉତ୍ତଳନ ପରେ ସୋମବାର ରେଭେନ୍ସା ବିଶ୍ଵବିଦ୍ୟାଳୟ ପକ୍ଷରୁ ପ୍ରବେଶିକା ତାରିଖ ପରିବର୍ତ୍ତନ କରାଯାଇଛି।

ଅନ୍ୟ ବିଶ୍ଵବିଦ୍ୟାଳୟର ତାରିଖକୁ ଦୃଷ୍ଟିରେ ରଖି ରେଭେନ୍ସାରେ କମ୍ପ୍ୟୁଟର ସାଇନ୍ସ ପରୀକ୍ଷା ୫ ପରିବର୍ତ୍ତେ ୭, ପଦାର୍ଥ ବିଜ୍ଞାନ ପରୀକ୍ଷା ୬ ପରିବର୍ତ୍ତେ ୧୩, ଇଂରାଜୀ ୬ ପରିବର୍ତ୍ତେ ୧୧, ଓଡ଼ିଆ ୬ ପରିବର୍ତ୍ତେ ୭, ପ୍ରାଣୀବିଜ୍ଞାନ ୭ ପରିବର୍ତ୍ତେ ୧୩କୁ ଘୁଞ୍ଚାଯାଇଛି।

 

 

Comment