ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭନେତା ରଣବୀର ସିଂହଙ୍କର ଆଜି ଜନ୍ମଦିନ। ଏ ବର୍ଷ ରଣବୀର ତାଙ୍କ ୩୪ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ରଣବୀର ତାଙ୍କ ଆଗାମୀ ଫିଲ୍ମ ‘୮୩’ର  ପ୍ରଥମ ଲୁକ ସେୟାର କରିଛନ୍ତି। ଏଥିରେ ସେ ବିଲକୁଲ କପିଲ ଦେବଙ୍କ ଭଳି ଦିଶୁଛନ୍ତି।

ଫିଲ୍ମ ୮୩, ୧୯୮୩ ମସିହାରେ ହୋଇଥିବା କ୍ରିକେଟ ବିଶ୍ୱକପ ଉପରେ ଆଧାରିତ। ବିଶ୍ୱକପରେ ଭାରତର ବିଜୟକୁ ଏହି ଫିଲ୍ମରେ ଅବତାରଣା କରାଯାଇଛି। ଏଥିରେ ରଣବୀର କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି।

ଗଲି ବୟ, ସିମ୍ବାରେ ଚମତ୍କାର ଅଭିନୟ କରି ବେଶ ସଫଳତା ପାଇଥିବା ରଣବୀର ଏବେ ୮୩ରେ ଫିଲ୍ମ ବ୍ୟସ୍ତ ଅଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି କବିର ଖାନ୍। ରଣବୀରଙ୍କ ଜନ୍ମଦିନ ଅବସରରେ କବିର ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ରଣବୀର ସିଂହ ଏବେ ବଲିଉଡର ସବୁଠୁ ସଫଳ ଅଭିନେତାଙ୍କ ତାଲିକାରେ ନିଜର ନାମ ଯୋଡ଼ିଛନ୍ତି। ଫିଲ୍ମ ଜଗତରେ ପାଦ ଦେବା ଦିନଠାରୁ ଗୋଟିଏ ପରେ ଗୋଟିଏ ଭଲ ଫିଲ୍ମ ଭେଟି ଦେଇ ଦର୍ଶକଙ୍କ ଅନ୍ୟତମ ପ୍ରିୟ ଅଭିନେତା ପାଲଟିଛନ୍ତି ସେ।

ସେ ଦୃଷ୍ଟିରୁ ଦେଖିଲେ ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି।

Comment