ଓଡ଼ିଶାଲାଇଭ୍‌ ବ୍ୟୁରୋ

ରୋହିତ ଶର୍ମାଙ୍କ ଧୂଆଁଧାର ସେଞ୍ଚୁରୀ ରେକର୍ଡ। ବିଶ୍ୱକପ୍‌ରେ ପଞ୍ଚମ ଶତକ ମାରିବାରେ ପ୍ରଥମ ଖେଳାଳି।

ଆଇସିସି କ୍ରିକେଟ୍‌ ବିଶ୍ୱକପ୍‌ର ୪୪ତମ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା ଆଉ ଏକ ରେକର୍ଡ କରିଛନ୍ତି। ଆଜିର ମ୍ୟାଚ୍‌ରେ ୯୨ ବଲ୍‌ରେ ରୋହିତ ଶର୍ମା ଏକ ଦମ୍‌ଦାର ଶତକ ଲଗାଇଛନ୍ତି। ଏଥିସହିତ ଗୋଟିଏ ବିଶ୍ୱକପ୍‌ରେ ପଞ୍ଚମ ଶତକ ମାରିବାରେ ପ୍ରଥମ ଖେଳାଳି ହୋଇପାରିଛନ୍ତି ରୋହିତ ଶର୍ମା।

ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ରୋହିତଙ୍କ ବ୍ୟାଟିଂ। ରୋହିତ ଶର୍ମା ୧୪ଟି ଚୌକା, ୨ଟି ଛକା ଲଗାଇ ଚଳିତ ବିଶ୍ୱକପ୍‌ର ପଞ୍ଚମ ଶତକ ହାସଲ କରିଛନ୍ତି। ତେବେ ୧୦୩ ରନ୍‌ କରି ରୋହିତ କସୁନ ରଜିଥାଙ୍କ ବଲ୍‌ରେ କ୍ୟାଚ୍‌ ଆଉଟ୍‌ ହୋଇ ପାଭିଲିୟନ ଫେରିଛନ୍ତି।

ବିଶ୍ୱକପ୍‌ ଇତିହାସରେ ରୋହିତ ଶର୍ମା ଆଉ ଏକ ରେକର୍ଡ ଲେଖିଛନ୍ତି। ଗୋଟିଏ ବିଶ୍ୱକପ୍‌ରେ ପଞ୍ଚମ ଶତକ ମାରିବାରେ ପ୍ରଥମ ଖେଳାଳି ହୋଇପାରିଛନ୍ତି ରୋହିତ ଶର୍ମା। ଏହା ପୂର୍ବରୁ ଶ୍ରୀଲଙ୍କାର କୁମାର ସାଙ୍ଗାକାରା ୪ଟି ଶତକ ମାରିଥିଲେ।

Comment