ଓଡ଼ିଶାଲାଇଭ୍‌ ବ୍ୟୁରୋ

ରେକର୍ଡ ଉପରେ ରେକର୍ଡ କରୁଛନ୍ତି ଟିମ୍‌ ଇଣ୍ଡିଆର ହିଟ୍‌ ମ୍ୟାନ୍‌ ରୋହିତ ଶର୍ମା। ଶନିବାର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ଶତକ ମାରି ରୋହିତ ଶର୍ମା ଗୋଟଏ ବିଶ୍ୱକପ୍‌ରେ ପଞ୍ଚମ ଶତକ ମାରିବାର ବିଶ୍ୱରେକର୍ଡ ହାସଲ କରିଥିଲେ। ଆସନ୍ତାକାଲି ସେମିଫାଇନାଲରେ ଭାରତ ଭେଟିବ ନ୍ୟୁଜିଲାଣ୍ଡ। ଏହି ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ପାଖରେ ସଚିନ ତେନ୍ଦୁଲକରଙ୍କ ୨ଟି ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି।

ମାତ୍ର ୨୭ ରନ୍‌ କଲେ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ କରିବାରେ ସଚିନ୍‌ଙ୍କୁ କାଟିବେ

ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୦୦୩ ବିଶ୍ୱକପ୍‌ରେ ସର୍ବାଧିକ ରନ୍‌ କରିବାର ରେକର୍ଡ କରିଥିଲେ। ଏହି ସିଜନ୍‌ରେ ୧୦ଟି ମ୍ୟାଚ୍‌ ଖେଳି ତେନ୍ଦୁଲକର ୬୭୩ ରନ୍‌ କରିଥିଲେ। ତେବେ ଚଳିତ ସିଜନରେ ମାଷ୍ଟର ବ୍ଲାଷ୍ଟରଙ୍କ ଏହି ରେକର୍ଡ ଭାଙ୍ଗିବେ ରୋହିତ ଶର୍ମା। ରୋହିତ ଏଯାଏଁ ୮ଟି ମ୍ୟାଚ୍‌ ଖେଳି ୬୪୭ ରନ୍‌ ସଂଗ୍ରହ କରିଛନ୍ତି। ଆସନ୍ତାକାଲି ମାତ୍ର ୨୭ ରନ୍‌ କଲେ ସଚିନଙ୍କ ଏହି ରେକର୍ଡ ଭାଙ୍ଗିବେ ହିଟ୍‌ମ୍ୟାନ୍‌।

ସେଞ୍ଚୁରୀ ମାରିଲେ ହେବ ବିଶ୍ୱରେକର୍ଡ

ରୋହିତ ଶର୍ମା ଚଳିତ ବିଶ୍ୱକପ୍‌ରେ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ ଖେଳି ୫ଟି ଶତକ ମାରିଛନ୍ତି। ଯଦି ଆସନ୍ତାକାଲି ମ୍ୟାଚ୍‌ରେ ରୋହିତ ପୁଣି ଏକ ଶତକ ଲଗାନ୍ତି, ତେବେ ବିଶ୍ୱକପ୍‌ରେ ସଚିନଙ୍କ ସର୍ବାଧିକ ଶତକ ମାରିବା ବିଶ୍ୱରେକର୍ଡକୁ ଭାଙ୍ଗିବେ।

ଅନ୍ୟପକ୍ଷରେ ସେମିଫାଇନାଲ ମ୍ୟାଚ୍‌ରେ ରୋହିତ ଯଦି ୫୩ ରନ କରନ୍ତି, ତେବେ ବିଶ୍ଵକପ୍‌ର ଗୋଟିଏ ସିଜନ୍‌ରେ ୭୦୦ ରନ୍‌ କରିବାରେ ପ୍ରଥମ କ୍ରିକେଟର ହୋଇ ପାରିବେ।

Comment