ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ‘ଫନି’ରେ ସବୁଜ ବନାନୀ ନନ୍ଦନକାନନ ପାଣୀ ଉଦ୍ୟାନ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିବା ବେଳେ ଏବେ ଅଣ୍ଟା ସଳଖିବାରେ ଲାଗିଛି। ବାତ୍ୟା ପରେ ଏହାକୁ ଆହୁରି ସୌନ୍ଦର୍ଯ୍ୟମୟ କରିବା ପାଇଁ ୬ ନୂଆ ଅତିଥି ଅଣିବାକୁ ଯୋଜନା କରୁଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ।

ସେମାନଙ୍କ ମଧ୍ୟରେ ରହିଛି ଦୁଇଟି ଆନାକୋଣ୍ଡା ଏବଂ  ଦୁଇଟି ଜିରାଫ୍‌। ଏହି ନୂଆ ବନ୍ୟଜନ୍ତୁଙ୍କୁ ପ୍ରାଣୀ ଅଦଳବଦଳ ପ୍ରକ୍ରିୟାରେ ନନ୍ଦନକାନକୁ ଅଣାଯିବ। ପର୍ଯ୍ୟଟନ ଋତୁ ଦଶହରା ପୂର୍ବରୁ ଏହି ନୂଆ ଅତିଥିଙ୍କୁ ନନ୍ଦନକାନକୁ ଅଣାଯିବ। ଏନେଇ ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୧୬ ମସିହା ଫେବ୍ରୁଆରିରେ ଅଲିପୁର ଚିଡ଼ିଆଖାନାରୁ ‘ଖୁସି’ ଓ ‘ଜୟ’ ନାମକ ୨ଟ ଜିରାଫ୍‌ ନନ୍ଦନକାନନକୁ ଆସିଥିଲା। ନନ୍ଦନକାନନରେ ପହଞ୍ଚିବାର ମାତ୍ର ୫ ଦିନ ମଧ୍ୟରେ ‘ଜୟ’ର ମୃତ୍ୟୁ ହୋଇଥିଲା। ଏହା ପରଠୁ ବର୍ତ୍ତମାନ ଯାଏଁ ନନ୍ଦନକାନନରେ ଏକମାତ୍ର ମାଈ ଜିରାଫ୍‌ ‘ଖୁସି’ ଅଛି। ତେବେ ଜିରାଫଙ୍କ ବଂଶବୃଦ୍ଧି ବଢ଼ାଇବା ପାଇଁ ନୂଆ ଜିରାଫ ଆଣିବାକୁ ଯୋଜନା କରୁଛି ନନ୍ଦନକାନନ କର୍ତ୍ତୃପକ୍ଷ।

Comment