ଓଡ଼ିଶାଲାଇଭ୍ ବ୍ୟୁରୋ

ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଭିତରେ କାଣ୍ଟେ କା ଟକ୍କର। ଏଭଳି ଚିତ୍ର ଆଜି ଦେଖିବାକୁ ମିଳିଛି ବିଶ୍ୱକପ ଫାଇନାଲରେ। ବିଶ୍ୱକପ୍ ପାଇଁ ରବିବାର ଚାଲିଥିବା ଫାଇନାଲ ଲଢ଼େଇରେ ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଭିତରେ ହୋଇଥିଲା ସଂଘର୍ଷପୂର୍ଣ୍ଣ ମ୍ୟାଚ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ। ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ ହରାଇ ୨୪୧ ରନ୍ କରିଥିଲା। ୨୪୨ ରନ୍ ଟାର୍ଗେଟରେ ପଡ଼ିଆକୁ ଓହ୍ଲାଇଥିଲା ଇଂଲଣ୍ଡ ଟିମ୍। ଆରମ୍ଭରୁ ଇଂଲଣ୍ଡ ଟିମ୍ ଭଲ ପ୍ରଦର୍ଶନ କରିଥିଲା। ହେଲେ ମିଡିଲ ଅର୍ଡରରେ ବ୍ୟାଟିଂ ବିପର୍ଯ୍ୟୟ ହୋଇଥିଲା।
ଶେଷ ଓଭରରେ ବିଶ୍ୱକପ୍ ବିଜୟୀ ହେବା ପାଇଁ ଇଂଲଣ୍ଡକୁ ୧୫ ରନ୍ କରିବାର ଥିଲା। କିନ୍ତୁ ଦଳ ମାତ୍ର ୧୪ ରନ କରିବାରେ ସମର୍ଥ ହୋଇଥିଲା। ନ୍ୟୁଜିଲାଣ୍ଡ ୨୪୧ ରନ କରିଥିବା ବେଳେ ଇଂଲଣ୍ଡ ସମସ୍ତ ୱିକେଟ ହରାଇ ୨୪୧ ରନ କରିଥିଲା। ଶେଷରେ ମ୍ୟାଚ ଟାଇ ରହିଥିଲା।
ମ୍ୟାଚ ଟାଇ ରହିଲେ ସୁପର ଓଭର ହେବାର ନିୟମ ରହିଛି। ସୁପର ଓଭରରେ ଇଂଲଣ୍ଡ ୧୫ ରନ୍ କରିଛି। ୧୬ ରନ କଲେ ନ୍ୟୁଜିଲାଣ୍ଡ ବିଶ୍ୱକପ ହାତେଇବ।


















