ଓଡ଼ିଶାଲାଇଭ ବ୍ୟୁରୋ

କମିସନରେଟ୍ ପୋଲିସ ଇତିହାସରେ ପ୍ରଥମ ଘଟଣା ଘଟିବାକୁ ଯାଉଛି। ପୋଲିସ ଆଇନ – ୨୦୦୩ର ଦଫା ୪୬ ମୁତାବକ ୩ଜଣ ଅଭ୍ୟାସଗତ ନିଶା ବେପାରୀଙ୍କୁ ସୀମା ବାହାରକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି କମିସନର ସତ୍ୟଜିତ ମହାନ୍ତି।

ପରେ ଏକାଧିକ ନିଶା ବେପାରୀଙ୍କୁ ଏହି ଆଇନରେ ଛନ୍ଦିବାର ଯୋଜନା କରାଯାଉଛି। କମିସନରେଟ ପୋଲିସ ଅଧିନରେ ରହିଥିବା ସମସ୍ତ ଥାନାକୁ ଏଭଳି ଅପରାଧିଙ୍କୁ ଠାବ କରି ସୋମବାର ସୁଦ୍ଧା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ପର୍ଯ୍ୟାୟରେ ନୟାପଲ୍ଲୀ, ଖଣ୍ଡଗିରି ଓ ଜଟଣୀ ଥାନା ଅଧିନରେ ୩ଜଣ ଅପରାଧିଙ୍କ ତାଲିକା କମିସନରଙ୍କୁ ପ୍ରଦାନ କରାଯାଇଛି। ଦଫା ୪୬ରେ ଖୁବଶୀଘ୍ର ଏମାନଙ୍କୁ ସୀମା ବାହାରକୁ ପଠାଯିବ।

କମିସନରେଟ୍ ପୋଲିସ ଅଞ୍ଚଳକୁ ଚୋରା ନିଶା କାରବାରରୁ ରୋକିବାକୁ ଏକ ସ୍ଵତନ୍ତ୍ର ଡ୍ରାଇଭ ଆରମ୍ଭ କରିଛି। ଏହି ଯୋଜନାରେ ୨୦ରୁ ଅଧିକ ଅପରାଧୀ ଗିରଫ ହୋଇଥିବା ବେଳେ ବହୁ ପରିମାଣର ଗଞ୍ଜେଇ ଓ ବ୍ରାଉନ ସୁଗାର ଜବତ ହୋଇଛି।

Comment