ଓଡ଼ିଶାଲାଇଭ୍ ବ୍ୟୁରୋ

ଏଣିକି ରାଜଧାନୀରେ ବଢ଼ୁଥିବା ଛିନତାଇ ଓ ଲୁଟପାଟ୍ ଉପରେ ନଜର ରଖିବ ‘ସ୍ପେଶାଲ ୨୬’। କମିସନରେଟ ପୋଲିସ ଦ୍ୱାରା ଏହି ଟିମ୍ ଗଠନ କରାଯାଇଛି। ସହରାଞ୍ଚଳରେ ଥିବା ୨୪ ଟି ଥାନାର ୨୬ଜଣ ଅଫିସର ଏହି ଟିମ୍‌ରେ ସାମିଲ ହୋଇଛନ୍ତି। ପ୍ରତି ଥାନାର ଜଣେ ଲେଖାଏଁ ଏସଆଇ ଓ ୪ଜଣ କନେଷ୍ଟବଳଙ୍କୁ ନେଇ ଟିମ୍ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି ଡିସିପି ଉମାଶଙ୍କର ଦାଶ।

ଦିନକୁ ଦିନ ରାଜଧାନୀରେ ବଢ଼ିବାରେ ଲାଗିଛି ଲୁଟପାଟ୍। ଏହାକୁ ରୋକିବାକୁ ପ୍ରୟାସ କରୁଛି କମିସନରେଟ ପୋଲିସ। ରାଜଧାନୀକୁ ଅପରାଧମୁକ୍ତ କରିବାକୁ ଗଠନ କରିଛି ‘ସ୍ପେଶାଲ ୨୬’। ଏହି ଟିମ୍‌ରେ ଥିବା ଅଧିକାରୀମାନେ କେବଳ ରାଜଧାନୀର ଲୁଟେରା ଓ ଜେଲ ଫେରନ୍ତାଙ୍କ ଉପରେ ନଜର ରଖିବେ। ଏମାନଙ୍କୁ ଆଇନଶୃଙ୍ଖଳା ଦାୟିତ୍ୱ ଓ ଅନ୍ୟାନ୍ୟ କାର୍ଯ୍ୟରୁ ମୁକ୍ତି ଦିଆଯିବ କହିଛନ୍ତି ଡିସିପି।

Comment