ଓଡ଼ିଶାଲାଇଭ ବ୍ୟୁରୋ

କଥାରେ ଅଛି ପାଠ ପଢ଼ିବାର କୌଣସି ବୟସ ନଥାଏ। ଏକଥାକୁ ସତ କରି ଦେଖାଇଛନ୍ତି କେରଳ ଆଲାପୁଝାର ନିବାସୀ କାର୍ତ୍ତିୟାନି ଆମ୍ମା। ବୟସ ୯୬ ହେଲେ ପାଠ ପଢ଼ିବାରେ ଆଗ୍ରହ ଅନେକ। ସାକ୍ଷରତା ମିଶନ ଦ୍ଵାରା ‘ଅକ୍ଷରା ଲକ୍ଷ୍ୟମ୍’ କାର୍ଯ୍ୟକ୍ରମରେ ସେ ଚତୁର୍ଥ ଶ୍ରେଣୀ ପରୀକ୍ଷା ଦେଇ ୩୦ ନମ୍ବର ରଖି ପ୍ରଥମ ସ୍ଥାନ ହାସଲ କରିଛନ୍ତି।

ଚେପାଡର କାନିଚାନେଲୁର ସରକାରୀ ବିଦ୍ୟାଳୟରେ ପରୀକ୍ଷା ଦେଇଥିବା ପ୍ରାୟ ୪୦ ହଜାର ପରୀକ୍ଷାର୍ଥୀଙ୍କ ମଧ୍ୟରେ ସେ ଜଣେ। ସମସ୍ତଙ୍କ ମଧ୍ୟରୁ ତାଙ୍କ ବୟସ ସର୍ବାଧିକ। ପରୀକ୍ଷା ଆରମ୍ଭରୁ ଟିକେ ଅସୁବିଧା ହୋଇଥିଲା। ହେଲେ ପରେ ସମସ୍ତ ପ୍ରଶ୍ନର ଉତ୍ତର ବିନା ଦ୍ଵନ୍ଦରେ ଲେଖିଥିଲେ ବୋଲି କହିଛନ୍ତି ଆମ୍ମା।

ଆମ୍ମା ଅଭିଯୋଗ କରିଥିଲେ ଯେ, “ପରୀକ୍ଷା ପାଇଁ ବହୁତ ପରିଶ୍ରମ କରିଥିଲେ। ହେଲେ ସେ ପଢ଼ିଥିବା କୌଣସି ବି ପ୍ରଶ୍ନ ପରୀକ୍ଷାରେ ଆସିନଥିଲା।“ ଆତ୍ମବିଶ୍ଵାସର ସହ ଚତୁର୍ଥ ପାସ କରିବା ପରେ ଦଶମ ପର୍ଯ୍ୟନ୍ତ ପାଠ ପଢ଼ିବେ ବୋଲି ଲକ୍ଷ୍ୟ ରଖିଛନ୍ତି ଆମ୍ମା।

ଅବିବାହିତ ଅବସ୍ଥାରେ ଅର୍ଥ ଅଭାବରୁ କମ ବୟସରେ ପାଠ ଛାଡ଼ିବାକୁ ପଡ଼ିଥିଲା। ବିବାହ ପରେ ସ୍ଵାମୀଙ୍କ ମୃତ୍ୟୁ ହୋଇଥିଲା ଏକାକୀ ୬ଟି ପିଲାଙ୍କୁ ପାଳିବାର ଦାୟିତ୍ଵ ତାଙ୍କ ଉପରେ ରହିଥିଲା। ସେଥିପାଇଁ ପର ଘରେ କାମ କରି ପିଲାଙ୍କୁ ଚଳାଇଥିଲେ। ୬୦ବର୍ଷ ବୟସରେ ଆମ୍ମା ତାଙ୍କ ଝିଅ ଦ୍ଵାରା ପାଠପଢିବାକୁ ପ୍ରେରିତ ହୋଇଥିଲେ।

ସାକ୍ଷରତା ମିଶନରେ ନିଜ ନାମ ରେଜିଷ୍ଟ୍ରେସନ କରିବାକୁ ତାଙ୍କ ଝିଅ ତାଙ୍କୁ ବାଧ୍ୟ କରିଥିଲେ। ଏଥିରେ ବୃଦ୍ଧାମାନଙ୍କୁ ପାଠପଢ଼ାଇବା ପାଇଁ ସମସ୍ତ ତାଲିମ ପ୍ରଦାନ କରାଯାଏ। ଏହି ପରୀକ୍ଷାରେ ପାସ ହେବା ପାଇଁ ୧୦୦ରୁ ୩୦ ନମ୍ଵର ରଖିବା ଆବଶ୍ୟକ। ଯାହାକି ଆମ୍ମା କରିପାରିଛନ୍ତି।

Comment