ଓଡ଼ିଶାଲାଇଭ୍ ବ୍ୟୁରୋ

  • ଏଣକି ଟୋଲ ଗେଟ୍‌ର ସମସ୍ତ ଗେଟ୍ ହେବ ଫାସ୍‌ଟ୍ୟାଗ୍ ଲେନ୍
  • ୨୦୧୭ ଡିସେମ୍ବର ପହିଲାରୁ କିଣାଯାଇଥିବା ଚାରିଚକିଆ ଗାଡ଼ିରେ ଫାସଟ୍ୟାଗ୍‌ ଲଗାଇବା ବାଧ୍ୟତାମୂଳକ

ଜାତୀୟ ରାଜପଥର ଟୋଲ ଗେଟ୍‌ ଫି ପ୍ଲାଜାର ସବୁ ଲେନ୍ ଫାସ୍‌ଟ୍ୟାଗ୍ ଲେନ୍‌ରେ ପରିଣତ ହେବ। ଡିସେମ୍ବର ପହିଲାରୁ ଏହା କାର୍ଯ୍ୟକାରୀ କରିବା ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ଏହି ଫାସ୍‌ଟ୍ୟାଗ୍‌ଟି ଚାରିଚକିଆ ଯାନର ଓ୍ୱିଣ୍ଡ ସ୍କ୍ରିନ୍‌ରେ ଲଗାଯିବ। ପ୍ରତି ଟୋଲ ଗେଟ୍‌ରେ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ ଟେକ୍ନୋଲୋଜି (ଆରଏଫଆଇଡି) ରହିବ। ଯାହା ଆପଣଙ୍କ ଗାଡ଼ିରେ ଲାଗିଥିବା ଟ୍ୟାଗ୍‌କୁ ରିଡ କରିପାରିବ। ଫଳରେ ଫାସଟ୍ୟାଗ୍ ଗାଡ଼ି ଟୋଲ ଗେଟ୍ ଦେଇ ଯାତାୟତ କରିବା ସମୟରେ ପ୍ରିପେଡ କିମ୍ବା ସେଭିଙ୍ଗ୍ ଆଉଣ୍ଟରରୁ ଟଙ୍କା ଟ୍ରାନ୍ସଫର ହୋଇଯିବ। ଫଳରେ ଟୋଲ ଗେଟ୍ ଦେଇ ଯାତାୟତ କରୁଥିବା ଗାଡ଼ିଗୁଡ଼ିକୁ ଅଟକିବାକୁ ପଡ଼ିବନି।

ଜାତୀୟ ରାଜପଥର ପ୍ରତ୍ୟେକ ଟୋଲ ପ୍ଲାଜାରେ ଏହି ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ଏନ୍‌ଏଚ୍‌ଆଇକୁ ନିର୍ଦ୍ଦେଶ ଦିଆଇଛି। ପ୍ରଥମ ପର୍ଯ୍ୟାୟରେ ଗୋଟିଏ ଲେନ୍‌କୁ ହାଇବ୍ରିଡ୍ ଲେନ୍‌ କରାଯିବ ଯେଉଁଠି ଉଭୟ ଫାସଟ୍ୟାଗ୍ ଲାଗିଥିବା ଏବଂ ଲାଗି ନଥିବା ଗାଡ଼ି ଯିବା ଆସିବା କରିବ। ପରେ ଭାରତର ସବୁ ଟୋଲଗେଟ୍‌ଗୁଡ଼ିକୁ ଫାସ୍‌ଟ୍ୟାଗ୍ ଲେନ୍‌ରେ ପରିଣତ କରାଯିବ।

ଡିସେମ୍ବର ପହିଲାରୁ ଯଦି ଆପଣଙ୍କ ଚାରିଚକିଆ ଯାନରେ ଫାସ୍‌ଟ୍ୟାଗ୍ କରାଇ ନାହାନ୍ତି ତେବେ ଆପଣଙ୍କୁ ଦୁଇଗୁଣା ଟୋଲ ଫି ଦେବାକୁ ହେବ।

୨୦୧୭ରୁ ଆସୁଥିବା ଚାରିଚକିଆ ଗାଡ଼ିରେ ଫାସ୍‌ଟ୍ୟାଗ୍ ବାଧ୍ୟତାମୂଳକ। କମ୍ପାନି ପୂର୍ବରୁ ଗାଡ଼ିଗୁଡ଼ିକରେ ଫାସ୍‌ଟ୍ୟାଗ୍ ଲଗାଇ ଦେଉଛନ୍ତି। ଯଦି ଆପଣଙ୍କର ପୁରୁଣା ଗାଡ଼ି ଏବଂ ଫାସ୍‌ଟ୍ୟାଗ୍ ନାହିଁ, ତେବେ ଏହା ବାଧ୍ୟତାମୂଳକ କରାଯିବ।

ବର୍ତ୍ତମାନ ଫାସ୍‌ଟ୍ୟାଗ୍ ୩୭୦ଟି ଟୋଲ୍‌ଗେଟ୍‌ରେ କାର୍ଯ୍ୟକାରୀ ହୋଇ ସାରିଛି।

ଫାସଟ୍ୟାଗ୍ କ’ଣ?

ଫାସଟ୍ୟାଗ୍ ଗାଡ଼ିର ଓ୍ୱିଣ୍ଡୋ ସ୍କ୍ରିନରେ ଲାଗିଥାଏ। ଏହା ଏକ ପ୍ରକାର କୋଡ। ଏଗୁଡ଼ିକ ରେଡିଓ ଫ୍ରିକ୍ୱେନ୍ସି ଆଇଡେଣ୍ଟିଫିକେସନ୍ (ଆରଏଫଆଇଡି)। ଯେଉଁ ଗାଡ଼ିରେ ଫାସ୍‌ଟ୍ୟାଗ୍ ଲାଗିଥାଏ ସେଗୁଡ଼ିକୁ ଟୋଲ ଗେଟ୍‌ରେ ଟୋଲ ଫି ଦେବା ପାଇଁ ଅଟକିବାକୁ ପଡ଼ି ନଥାଏ।

ଡିଜିଟାଲ ମାଧ୍ୟମରେ ସେମାନେ ଫି ଦେଇଥା’ନ୍ତି। ଫାସଟ୍ୟାଗ୍ ଗାଡ଼ି ଟୋଲ ଦେଇ ଯାତାୟାତ କରୁଥିବା ସମୟରେ ନିଜର ବା ମାଲିକଙ୍କ ସେଭିଙ୍ଗ୍ ଆକାଉଣ୍ଟରୁ ଫି ଆପେ ଆପେ ପୈଠ ହୋଇଯାଏ।

କେମିତି କରିବେ ଫାସ୍‌ଟ୍ୟାଗ୍

ଏସବିଆଇ, ଏଚ୍‌ଡିଏଫସି, ଆଇସିଆଇସିଆଇ ବ୍ୟାଙ୍କ

ଅନ୍‌ଲାଇଡ଼୍ ପ୍ଲାଟ୍‌ଫର୍ମ

ଇଣ୍ଡିଆନ୍ ଅଏଲ କର୍ପୋରେସନ୍, ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ତାନ ପେଟ୍ରୋଲିୟମ୍

ନ୍ୟାସନଲ ହାଇଓ୍ୱେ ଅଥରିଟିର ମାଇ ଫାଷ୍ଟ ଆପ୍

ଫାସ୍‌ଟ୍ୟାଗ୍ କିଣିବା ପାଇଁ ଜରୁରୀ କାଗଜପତ୍ର

ଗାଡ଼ିର ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍

ଗାଡ଼ି ମାଲିକଙ୍କ ପାସ୍‌ପୋର୍ଟ ସାଇଜ୍‌ ଫଟୋ

ଗାଡ଼ି ମାଲିକଙ୍କ KYC ଡକ୍ୟୁମେଣ୍ଟ: ଆଇଡି ପ୍ରୁଫ, ଆଡ୍ରେସ୍‌ ପ୍ରୁଫ୍

Comment