ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶିକ୍ଷା ଓ ଅନୁସନ୍ଧାନ ପକ୍ଷରୁ ଭୁବନେଶ୍ୱରରେ ଖୁବ୍ ଶୀଘ୍ର ଆରମ୍ଭ ହେବାକୁ ଯାଉଥିବା ସୁପର ସ୍ପେସିଆଲିଟି ହସ୍ପିଟାଲ୍‌ ‘ସମ୍‌ ଅଲ୍‌ଟିମେଟ୍ ମେଡିକେୟାର’ରେ ଯୋଗ ଦେଇଛନ୍ତି ଜଣାଶୁଣା ହୃଦ୍‌ରୋଗ ବିଶେଷଜ୍ଞ ଡାକ୍ତର ଶରତ କୁମାର ସାହୁ। ସେ ସିନିୟର କନ୍‌ସଲଟାଣ୍ଟ୍ ଇଣ୍ଟରଭେନ୍ସନାଲ୍‌ କାର୍ଡିଓଲୋଜିଷ୍ଟ୍ ଭାବେ ଯୋଗ ଦେଇଛନ୍ତି।

ଡାକ୍ତର ଶରତ କୁମାର ସାହୁ କରୋନାରୀ ଆଞ୍ଜିଓଗ୍ରାଫି, କମ୍ପ୍ଲେକ୍ସ ଆଣ୍ଡ୍ ପ୍ରାଇମେରୀ ଆଞ୍ଜିଓପ୍ଲାଷ୍ଟି ପେସ୍‌ମେକର ପ୍ରତିରୋପଣ କନଜେନିଟାଲ୍ ଏବଂ ଷ୍ଟ୍ରକ୍‌ଚରାଲ୍ ଇଣ୍ଟରଭେନ୍‌ସନ୍‌, ପେରିଫେରାଲ୍‌ ଆଣ୍ଡ୍ କରୋଟିଡ୍‌ ଇଣ୍ଟରଭେନ୍‌ସନ୍‌, ବେଲୁନ୍‌ ଭଲ୍‌ବୁଲୋପ୍ଲାଷ୍ଟି, କାର୍ଡିଆକ୍‌ ରିସିଙ୍କ୍ରୋନାଇଜେସନ୍‌ ଥେରାପି ଏବଂ ଅଟୋମେଟେଡ୍‌ ଇନ୍‌ପ୍ଲାଣ୍ଟେବଲ୍‌ କାର୍ଡିଓଭର୍ଟର ଡିଫିବ୍ରିଲେଟର ଭଳି ଜଟିଳ ହୃଦ୍‌ରୋଗଜନିତ ଚିକିତ୍ସା ଉପରେ ଜଣେ ବିଶେଷଜ୍ଞ।

ହାଇଦ୍ରାବାଦ ସ୍ଥିତ ଆପୋଲୋ ହସ୍ପିଟାଲ୍‌ରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଛନ୍ତି ଡାକ୍ତର ସାହୁ। ସେଠାରେ ସେ ପ୍ରାୟ ୧୫ ହଜାରରୁ ଅଧିକ ଆଞ୍ଜିଓଗ୍ରାମ୍‌, ୭ ହଜାରରୁ ଅଧିକ ଆଞ୍ଜିଓପ୍ଲାଷ୍ଟି ଏବଂ ୩ ହଜାରରୁ ଅଧିକ ପ୍ରାଇମେରି ଆଞ୍ଜିଓପ୍ଲାଷ୍ଟି ସଫଳତାର ସହ କରିଛନ୍ତି। ଆଡ୍‌ଲଟ କନଜେନିଟାଲ୍‌ ଏବଂ ଷ୍ଟ୍ରକ୍‌ଚରାଲ୍ ଇଣ୍ଟରଭେନ୍‌ସନ ଲାଗି ବିଶେଷ ଖ୍ୟାତି ଅର୍ଜନ କରିଛନ୍ତି ଏହି ଓଡ଼ିଆ ଡାକ୍ତର।

ହୃଦ୍‌ରୋଗ ମୁକାବିଲା କ୍ଷେତ୍ରରେ ପେସ୍‌ମେକର ଏକ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା ପଦ୍ଧତି ଭାବେ ଦେଶବିଦେଶରେ ଲୋକପ୍ରିୟ ହୋଇଛି। ଡାକ୍ତର ଶରତ କୁମାର ସାହୁ ତାଙ୍କର କାର୍ଡିଓଲୋଜିଷ୍ଟ୍ କ୍ୟାରିଅର୍ ଭିତରେ ୫୦୦ରୁ ଅଧିକ ପେସ୍‌ମେକର ପ୍ରତିରୋପଣ କରିଛନ୍ତି।

ଡାକ୍ତର ସାହୁ ଗତ ଜୁନ୍‌ ମାସରେ କନଜେନିଟାଲ୍‌, ଷ୍ଟ୍ରକ୍‌ଚରାଲ୍ ଏବଂ ଭାଲ୍‌ଭାର୍‌ ପର୍କ୍ୟୁଟାନିୟସ୍‌ ହାର୍ଟ ଇଣ୍ଟରଭେନ୍‌ସନ ସମ୍ପର୍କିତ ପ୍ରମୁଖ ସମ୍ମିଳନୀ ସିଏସଆଇ ଫ୍ରାନ୍‌ଫର୍ଟରେ ଯୋଗ ଦେବା ସହ ୩ଟି ଜଟିଳ କନ୍‌ଜେନିଟାଲ୍‌ ଏବଂ ଷ୍ଟ୍ରକ୍‌ଚରାଲ୍‌ ଇଣ୍ଟରଭେନ୍‌ସନ୍ ସମସ୍ୟା ସମ୍ପର୍କିତ ପେପର ସେଠାରେ ଉପସ୍ଥାପନ କରିଥିଲେ। ଡାକ୍ତର ସାହୁଙ୍କ ଉପସ୍ଥାପନା ଦେଶ ବିଦେଶରୁ ଆସିଥିବା ହୃଦ୍‌ରୋଗ ବିଶେଷଜ୍ଞଙ୍କ ଦ୍ୱାରା ଆଦୃତ ହୋଇଥିଲା।

ସେହିପରି ଗତ ଏପ୍ରିଲ୍ ମାସରେ ଡାକ୍ତର ସାହୁ ସାଉଥ୍ କୋରିଆର ସିଓଲ୍‌ଠାରେ ଅନୁଷ୍ଠିତ ୨୪ତମ କାର୍ଡିଓଭାସ୍କୁଲାର ସମ୍ମିଳନୀରେ ଯୋଗ ଦେଇ ‘ବେଷ୍ଟ୍ କେସ୍ ପ୍ରେଜେଣ୍ଟେସନ୍‌ ଆୱାର୍ଡ’ରେ ସମ୍ମାନିତ ହୋଇଥିଲେ। ଜଣେ ଓଡ଼ିଆ ହୃଦ୍‌ରୋଗ ବିଶେଷଜ୍ଞ ଭାବରେ ଡାକ୍ତର ସାହୁଙ୍କର ଏହା ବିଶେଷ ସଫଳତା ବୋଲି କୁହାଯାଇପାରେ।

ଡାକ୍ତର ଶରତ କୁମାର ସାହୁ ବ୍ରହ୍ମପୁରସ୍ଥିତ ଏମ୍‌କେସିଜି ମେଡିକାଲ୍‌ କଲେଜରୁ ଡାକ୍ତରୀ ଶିକ୍ଷା ପରେ ଏମ୍‌ଡି (ମେଡିସିନ୍‌) ଡିଗ୍ରୀ ହାସଲ କରିଥିଲେ। ପରବର୍ତ୍ତୀ ସମୟରେ ସେ କଟକ ସ୍ଥିତ ଏସସିବି ମେଡିକାଲ୍ କଲେଜ୍‌ରୁ ଡିଏମ୍‌ (ହୃଦ୍‌ରୋଗ) ଶିକ୍ଷାଗ୍ରହଣ କରିଛନ୍ତି।

ଭୁବନେଶ୍ୱରସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟରେ ରହିଛି ସମ୍‌ ହସ୍ପିଟାଲ୍‌ ଏବଂ ମେଡିକାଲ୍ କଲେଜ। ରାଜ୍ୟର ଏକ ପ୍ରମୁଖ ଘରୋଇ ବଡ଼ଡାକ୍ତରଖାନା ଭାବେ ସମ୍‌ ହସ୍ପିଟାଲ୍ ପରିଚିତ। ତେବେ ରୋଗୀମାନଙ୍କୁ ଅତ୍ୟାଧୁନିକ ଚିକିତ୍ସା ଦେବା ତଥା ସୁପରସ୍ପେସିଆଲିଟି ଚିକିତ୍ସା କ୍ଷେତ୍ରରେ ଅଗ୍ରାଧିକାର ଦେବାକୁ ଯାଇ ଶିକ୍ଷା ଅନୁସନ୍ଧାନ ପକ୍ଷରୁ ଏକ ନୂଆ ହସ୍ପିଟାଲ୍‌ ଖୋଲିବାକୁ ଯାଉଛି। ଏହାର ନାଁ ରହିଛି ସମ୍‌ ଅଲ୍‌ଟିମେଟ୍ ମେଡିକେୟାର।

Comment