ଓଡ଼ିଶାଲାଇଭ ବ୍ୟୁରୋ

ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ (ଓଏସଡିଏ) ପକ୍ଷରୁ ସମ୍ଵଲପରର ନେତାଜୀ ସୁବାଷ ଚନ୍ଦ୍ର ବୋଷ କଲେଜରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏହି ମେଳା ଜୁଲାଇ ୨୪ ତାରିଖ ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଚାଲିବ।

ଏଥିରେ ସ୍କୁଲ, କଲେଜ (ଅଷ୍ଟମରୁ ସ୍ନାତକ), ଆଇଟିଆଇ, ଡିପ୍ଲୋମା ପାସ କରିଥିବା ପ୍ରାର୍ଥୀ ଯୋଗ ଦେଇ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ବିଭିନ୍ନ ସଂସ୍ଥାରେ ଆବେଦନ କରିପାରିବେ।

ଅଧିକ ତଥ୍ୟ ପାଇଁ ncs.gov.in କୁ ଯାଇ ପାରିବେ।

Comment