ଓଡ଼ିଶାଲାଇଭ ବ୍ୟୁରୋ

ଦିଲ୍ଲୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ଶିଲା ଦୀକ୍ଷିତଙ୍କର ଶନିବାର ମୃତ୍ୟୃ ଘଟିଥିଲା। ଦିଲ୍ଲୀସ୍ଥିତି ଏକ୍ସର୍ଟ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ଦିଲ୍ଲୀ ରାଜନୀତିକୁ ଏକ ବଡ଼ ଝଟକା ଲାଗିଛି।

ଏହି ବରିଷ୍ଠ ନେତ୍ରୀଙ୍କ ସମ୍ମାନରେ ଦିଲ୍ଲୀ ସରକାର ଦୁଇଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ସେହିପରି ବିଜେପି ଦୁଇ ଦିନ ପର୍ଯ୍ୟନ୍ତ ତା’ର ସମସ୍ତ କାର୍ଯ୍ୟକ୍ରମ ବନ୍ଦ ରଖିଛି।

ଆଜି ଶୀଲା ଦୀକ୍ଷିତଙ୍କର ଅନ୍ତିମ ସଂସ୍କାର କରାଯିବ। ଦ୍ୱିପ୍ରହର ୨ଟା ୩୦ରେ ଦିଲ୍ଲୀର ନିଗମବୋଧ ଘାଟରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ତା’ ପୂର୍ବରୁ  ଦିନ ୧୨ଟାରେ ତାଙ୍କ ପାର୍ଥିବ ଶରୀରକୁ ଦିଲ୍ଲୀସ୍ଥିତ କଂଗ୍ରେସ କାର୍ଯ୍ୟାଳୟକୁ ନିଆଯିବ।

ଆଜି ସକାଳୁ ଶୀଲାଙ୍କ ବାସଭବନରେ ତାଙ୍କ ଶେଷ ଦର୍ଶନ ପାଇଁ ନେତାମନ୍ତ୍ରୀଙ୍କ ଭିଡ଼ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ ବିର୍ଲା, କଂଗ୍ରେସ ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି, ଜମ୍ମୁ କଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା, ସୁଷମା ସ୍ୱରାଜ ପ୍ରମୁଖ ତାଙ୍କ ବାସଭବନକୁ ଆସି ଶେଷ ଦର୍ଶନ କରିଛନ୍ତି।

LEAVE A REPLY

Please enter your comment!
Please enter your name here