ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀର ରାଜ୍ୟପାଳ ସତ୍ୟ ପାଲ ମଲ୍ଲିକଙ୍କ ବୟାନକୁ ନେଇ ରବିବାର ପୁଣି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। ରବିବାର କାରଗିଲରେ ଅନୁଷ୍ଠିତ କାରଗିଲ ଲଦାଖ ଟୁରିଜିମ୍ ଫେସଟିଭାଲରେ ସେ ଆତଙ୍କବାଦୀଙ୍କୁ ସମାଲୋଚନ କରିବା ସହିତ କହିଛନ୍ତି, ‘କାହିଁକି ନୀରିହ ଲୋକଙ୍କୁ ହତ୍ୟା କରୁଛ। ତାଙ୍କୁ ହତ୍ୟା କରି କ’ଣ ମିଳୁଛି। ଯଦି ମାରିବାକୁ ଚାହୁଁଛ, ତା’ହେଲେ ଭାରତବର୍ଷ ଓ କଶ୍ମୀରକୁ ଲୁଟୁଥିବା ଲୋକମାନଙ୍କୁ ଗୁଳି କରି ହତ୍ୟା କର।’

‘‘ଆତଙ୍କବାଦୀମାନେ ଯାହାକୁ ଟାର୍ଗେଟ କରୁଛନ୍ତି, ସେମାନେ ହେଉଛନ୍ତି ନିରୀହ ଯବାନ ଏବଂ ପୋଲିସ କର୍ମଚାରୀ, କହିଛନ୍ତି ସତ୍ୟ ପାଲ ମଲ୍ଲିକ।

ରାଜ୍ୟପାଳ ଆହୁରି କହିଥିଲେ ଯେ ହିଂସା କୌଣସି ସମସ୍ୟାର ସମାଧାନ କରେ ନାହିଁ। କାଶ୍ମୀର ଲୋକ ଏବେ ଶାନ୍ତି ଚାହୁଁଛନ୍ତି।

ଏହାପରେ ବିଭିନ୍ନ ଦଳ ପକ୍ଷରୁ ସମାଲୋଚନା କରାଯାଇଛି।

LEAVE A REPLY

Please enter your comment!
Please enter your name here