ଓଡ଼ିଶାଲାଇଭ୍ ବ୍ୟୁରୋ

bijbihara temple-1

ଜାମ୍ମୁ କାଶ୍ମୀର ନିଜର ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ବେଶ୍ ଚର୍ଚ୍ଚାରେ ଥାଏ।  ଅନେକ ପ୍ରତିକୂଳ ପରିସ୍ଥିତିର ସାମନା କରୁଥିଲେ ମଧ୍ୟ ଏହି ସ୍ଥାନର ଗାରିମାରେ କୌଣସି ଆଞ୍ଚ ଆସିନି। ତେବେ ଏଠାକାର ବିଜବାହାଡ଼ାଠାରେ ଥିବା ଏକ ମନ୍ଦିର ଏବେବି କାଶ୍ମୀରର ଅସଲି ସୌନ୍ଦର୍ଯ୍ୟକୁ ବଜାୟ ରଖିଛି। କେବଳ କାରୁକାର୍ଯ୍ୟ ନୁହେଁ, କଥାଟି ହେଉଛି ଏହି ମନ୍ଦିରର ସମସ୍ତ ଦ୍ୱାୟିତ୍ୱ ତୁଲାଉଛନ୍ତି ଏକ ମୁସଲିମ ପରିବାର ଯାହା ବଜାୟ ରଖିଛି କାଶ୍ମୀରର ଲୋକଙ୍କ ମଧ୍ୟରେ ଥିବା ଅସଲି ସୌନ୍ଦର୍ଯ୍ୟକୁ।

bijbihara temple-3

କାଶ୍ମୀରର ବିଜବିହାଡ଼ାରେ ପ୍ରଚୀନକାଳରୁ ଅବସ୍ଥିତ ମାଆ ଜୋୟା ଦେବୀଙ୍କ ମନ୍ଦିର। ପୂର୍ବରୁ କାଶ୍ମୀର ପଣ୍ଡିତମାନଙ୍କ ଦ୍ୱାରା ପୂଜା ପାଇଆସୁଥିଲେ ଦେବୀ ମାଆ। ହହେଲେ ୧୯୯୦ ମସିହାରେ ଏଠାରେ ଉପୁଜିଥିବା ପରିସ୍ଥିତି ଯୋଗୁଁ ପଣ୍ଡିତମାନେ ଏହି ସ୍ଥାନ ଛାଡ଼ି ପଳାଇଥିଲେ। ଏହାପରେ ମନ୍ଦିରର ସମସ୍ତ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ଖାଲି ପଡ଼ିଥିଲା ମନ୍ଦିର ବେଢ଼ାଭୂମି। ଏଠାରେ ବାସ କରୁଥିଲେ ଗୁଲାମ ନବୀ ଶେଖ୍ ଏବଂ ତାଙ୍କ ପରିବାର। ମନ୍ଦିର ବେଢ଼ାରୁ ସବୁବେଳେ ଘଣ୍ଟ, ପୂଜାର୍ଚ୍ଚନାର ଶବ୍ଦ ଶୁଣିବା ତାଙ୍କର ଅଭ୍ୟାସ ହୋଇଯାଇଥିଲା।। ହଠାତ୍ ଏହା ବନ୍ଦ ହେବାରୁ ତାଙ୍କୁ ଅଡ଼ୁଆ ଲାଗେ। ହେଲେ ସେଠାକାର ପରିସ୍ଥିତିକୁ ଦେଖି ଡରରେ ସେ କିଛି କରପାରନ୍ତି ନାହିଁ।

ହେଲେ କିଛି ଦିନ ପରେ ତାଙ୍କ ଅସୁସ୍ଥ ସ୍ତ୍ରୀଙ୍କ ଦେହ ଭଲ ହୋଇଯିବାରୁ ସେ ମାଆଙ୍କ ଶରଣକୁ ଆସିଥିଲେ। ସେବେଠାରୁ ଆଜି ଯାଏଁ ଦୀର୍ଘ ତିରିଶ ବର୍ଷ ଧରି ଗୁଲାମ ଏବଂ ପୁଅ ବିଲାଲ୍ ମନ୍ଦିରର ରକ୍ଷଣାବେକ୍ଷଣା ଦାୟିତ୍ୱ ତୁଲାଇଆସୁଛନ୍ତି। କୌଣସି ବି ପରିସ୍ଥିତିରେ ମନ୍ଦିର କାର୍ଯ୍ୟ କରିବାରେ ପଛକୁ ହଟିବେନି ବୋଲି କହିଛନ୍ତି ଗୁଲାମ ନବୀ ଶେଖ୍। ସେ ଇଶ୍ୱରଙ୍କଠାରେ ପ୍ରାର୍ଥନା କରୁଛନ୍ତି ଯେ କାଶ୍ମୀର ପଣ୍ଡିତମାନେ ଏଠାକୁ ଫେରିଆସନ୍ତୁ ଏବଂ ପୂର୍ବ ଭଳି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ହେଉ।

bijbihara temple-2

ସୀମା ବିବାଦ ହେଉ ବା ଆତଙ୍କୀ ଆକ୍ରମଣ, ସବୁବେଳେ କାଶ୍ମୀର ଚର୍ଚ୍ଚାରେ ରହିଆସିଛି। ହେଲେ ଗୁଲାମ ଏବଂ ତାଙ୍କ ପରିବାରଙ୍କର ଏହି ପଦକ୍ଷେପ ଜାତି, ଧର୍ମ ବିଭେଦ ଏବଂ ବିବାଦରୁ ବହୁ ଉଚ୍ଚରେ। ଅସଲି କାଶ୍ମୀରର ପରିଚୟ ଚର୍ଚ୍ଚାରେ ରହୁଥିବା କାଶ୍ମୀରଠାରୁ ଯଥେଷ୍ଟ ଭିନ୍ନ ବୋଲି ସେ କହିଛନ୍ତି।

Comment