ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍‌ଡ ଟୁ ବି ୟୁନଭର୍ସିଟି)୧ ନମ୍ବର ଶିକ୍ଷାନୁଷ୍ଠାନ ଭାବେ ମାନ୍ୟତା ହାସଲ କରିଛି। ନିକଟରେ ପ୍ରକାଶିତ ଆଉଟ୍‌ଲୁକ୍‌ ଓ ଆଇକେୟାର ଇଣ୍ଡିଆ ୟୁନିଭର୍ସିଟି ରାଙ୍କିଂରେ ଏକ ନମ୍ବର ମାନ୍ୟତା ହାସଲ କରିଛି ସୋଆ।

ଦେଶର ଶ୍ରେଷ୍ଠ ୫୦ଟି ଡିମ୍‌ଡ ଟୁ ବି ୟୁନିଭର୍ସିଟି ମଧ୍ୟରେ ସୋଆ ୧୫ତମ ସ୍ଥାନ ହାସଲ କରିଛି।

ଆଉଟଲୁକ୍-ଆଇକେୟାର ଇଣ୍ଡିଆ ୟୁନିଭର୍ସିଟି ରାଙ୍କିଂ-୨୦୧୯ରେ ସୋଆ ୭୬.୮୦ ସ୍କୋର ହାସଲ କରିଛି।

ପୂର୍ବରୁ କେନ୍ଦ୍ର ମାନବସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁସ୍‌ନାଲ ଫ୍ରେମୱାର୍କ (ଏନ୍ଆଇଆରଏଫ) ରାଙ୍କିଂରେ ବିଶ୍ୱବିଦ୍ୟାଳୟ କାଟେଗୋରିରେ ଦେଶରେ ୨୪ ତମ ସ୍ଥାନ ହାସଲ କରିଥିଲା ସୋଆ।

ଛାତ୍ର-ଅଧ୍ୟାପକଙ୍କ ଅନୁପାତ, ଅଧ୍ୟାପକଙ୍କ ପିଏଚ୍‌ଡି, ପେପର ପବ୍ଲିକେସନ୍ ହାର, ପେପର ପିଛା ସାଇଟେସନ୍ ଓ ଡାଇଭରସିଟି ଭଳି ବିଭିନ୍ନ ମାନଦଣ୍ଡ ବିଶ୍ଳେଷଣ କରି ଏହି ରାଙ୍କ ନିର୍ଦ୍ଧାରଣ କରାଯାଇଛିା

Comment