ଓଡ଼ିଶାଲାଇଭ ବ୍ୟୁରୋ

ପୁରୀ ଜିଲ୍ଲାସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟରେ କୁଳପତି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଇଚ୍ଛୁକ ପ୍ରର୍ଥୀମାନେ ଆବେଦନ କରିପାରିବେ। www.sjsv.nic.in ଓ୍ଵେବସାଇଟରେ ଆବେଦନ ପାଇଁ ଆପ୍ଲିକେସନ ଫର୍ମ ଉପଲବ୍ଧ ରହିଛି।

ଯୋଗ୍ୟତା

ପ୍ରର୍ଥୀଙ୍କ ବୟସ ୧ ଅକ୍ଟୋବର ୨୦୧୯ରୁ ୬୨ ବର୍ଷ ହୋଇଥିବା ଆବଶ୍ୟକ। ଅଧ୍ୟୟନ ଓ ପ୍ରଶାସନ କ୍ଷେତ୍ରରେ ଦକ୍ଷତା ଓ ଅଭିଜ୍ଞତା ରହିଥିବା ଦରକାର। ୧୦ ବର୍ଷ କୌଣସି ବିଶ୍ଵବିଦ୍ୟାଳୟରେ ପ୍ରଫେସର ଭାବେ ଅଭିଜ୍ଞତା ଥିବା ଆବଶ୍ୟକ। ଏହାସହ ୧୦ ବର୍ଷ ଅଧ୍ୟନ ଓ ରିସର୍ଚରେ କାର୍ଯ୍ୟ କରିଥିବା ଦରକାର।

ଆବେଦନ ପ୍ରକ୍ରିୟା

ପ୍ରାର୍ଥୀ ୫ ପେଜର ଆପ୍ଲିକେସନ ଫର୍ମକୁ ପୁରଣ କରି ଏକ ପିଡିଏଫ ଫର୍ମାଟରେ ସଫଟ କପି hedesec.od@nic.in କୁ ଇ-ମେଲ କରିବେ। ପରେ ଆପ୍ଲିକେସନର ହାର୍ଡ କପିକୁ ସ୍ପିଡ ପୋଷ୍ଟରେ ନିମ୍ନଲିଖିତ ଠିକଣାରେ ପଠାଇବେ।

ସେକ୍ରେଟେରି, ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ, ଓଡ଼ିଶା ସରକାର, ସେକ୍ରେଟେରିଏଟ ବିଲ୍ଡିଙ୍ଗ, ଭୁବନେଶ୍ଵର

Comment